ଓଡିଶା

odisha

ETV Bharat / state

ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ - ମାଆକୁ ହତ୍ୟା କଲା ପୁଅ

କନ୍ଧମାଳ ମାଝିପଦରର ବେହେରାପଦର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ମାକୁ ହତ୍ୟା କଲା ପୁଅ । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

a son killed his mother in kandhamal
ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

By

Published : Jul 27, 2020, 2:13 PM IST

ଫୁଲବାଣୀ:ପୁଅର ଛୁରା ମାଡ଼ରେ ଗଲା ମାଆର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳର ଜିଲ୍ଲା ବିଶିପଡ଼l ସଦର ଥାନା ଅନ୍ତର୍ଗତ ବେହେରା ପଦର ଗାଁରେ l ସାମାନ୍ୟ କଥାକୁ ନେଇ ଏପରି ଜଘନ୍ୟ କାଣ୍ଡ ଘଟିଛି। ଅନ୍ୟ ତିନି ଆହତ ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଭାଗୀରଥୀ ବେହେରାର ଗାଡ଼ିକୁ ନିଜ ଭଣଜା ଭାଙ୍ଗି ଦେଇଥିବା ବେଳେ ଭାଗୀରଥୀ ଘରକୁ ଯାଇ ନିଜ ଭଉଣୀ ବୃନ୍ଦାବତୀ ଓ ମାଁ ଉର୍ମିଲାଙ୍କ ସହ ଝଗଡ଼ା କରିଥିଲା ଓ ପଇସା ମାଗିଥିଲା।

କିନ୍ତୁ ଭଉଣୀ ପଇସା ଦେବାକୁ ମନା କରିବାରୁ ସେଠୁ ଚାଲି ଯାଇଥିଲା l ପରେ ଆସି ଝଗଡ଼ା କରି ଜୀବନରେ ମାରିଦେବି ବୋଲି ଧମକ ଦେଇ ଗୋଟିଏ ଧାରୁଆ ଛୁରିରେ ଆକ୍ରମଣ କରିଥିଲା ନିଜ ଭଉଣୀ ବୃନ୍ଦାବତୀକୁ l ଏହା ଦେଖି ବୃନ୍ଦାବତୀର ପୁଅ ମାମୁଁକୁ ରୋକିବାକୁ ଆସିଥିଲା l କିନ୍ତୁ ଭାଗୀରଥୀ ସେହି ଧାରୁଆ ଛୁରୀରେ ଭଣଜାକୁ ଆକ୍ରମଣ କରିଥିଲା l

ଘରୋଇ କଳହର କରୁଣ ପରିଣତି, ମାଆକୁ ହତ୍ୟା କଲା ପୁଅ

ଭଣଜାକୁ ଆକ୍ରମଣ ହେଉଥିବା ଦେଖି ଭାଗୀରଥୀଙ୍କ ମାଆ ଅଟକାଇବାକୁ ଆସିଥିଲେ । ହେଲେ ନୃଶଂସ ପୁଅ ମାଆର ବେକ ଓ ଛାତିକୁ ଛୁରୀରେ ଆକ୍ରମଣ କରିଥିଲା l ଘଟଣାସ୍ଥଳରେ ଉର୍ମିଳା ଗୁରୁତର ହୋଇ ପଡ଼ିଲେ l ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହେଲେ, ସେଠାରେ ଉର୍ମିଳାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ l ସେପଟେ, ଅଭିଯୁକ୍ତ ଗିରଫ କରି ପଚରାଉଚରା କରୁଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details