ଓଡିଶା

odisha

ETV Bharat / state

ସାପ କାମୁଡିବା ବ୍ୟକ୍ତିଙ୍କ କୋରୋନା ରିପୋର୍ଟ ଆସିଲା ପଜିଟିଭ - କନ୍ଧମାଳରେ କୋରୋନା ଅପଡେଟ

କୋରୋନା ସଂକ୍ରମଣକୁ ନେଇ ସାରା ବିଶ୍ବରେ ଗମ୍ଭୀର ସ୍ଥିତି ଲାଗି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ବିଚିତ୍ର ଘଟଣା । ସ୍ଥାନୀୟ ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ସେ କୋରୋନା ପଜିଟିଭ ଚିହ୍ନଟ ହେବା କଥା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।

kandhamal latest news, corona update in kandhamal, person tested positive after snake byte, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ କୋରୋନା ଅପଡେଟ, ସାପ କାମୁଡିବା ପରେ କୋରୋନା ପଜିଟିଭ
ସାପ କାମୁଡିବା ପରେ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ

By

Published : Jul 30, 2020, 9:40 PM IST

ଫୁଲବାଣୀ: କୋରୋନା ସଂକ୍ରମଣକୁ ନେଇ ସାରା ବିଶ୍ବରେ ଗମ୍ଭୀର ସ୍ଥିତି ଲାଗି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ବିଚିତ୍ର ଘଟଣା । ସ୍ଥାନୀୟ ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ସେ କୋରୋନା ପଜିଟିଭ ଚିହ୍ନଟ ହେବା କଥା ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି । ଖବର ଜଣା ପଡିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କୋରୋନା ଟେଷ୍ଟ କରାଯାଇଥିଲା । ହେଲେ ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ନିଜ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡିଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଥିଲା ।

ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଫୁଲବାଣୀ କୋଭିଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସମ୍ପୃକ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ସିଲ କରାଯାଇ ସାନିଟାଇଜ କରାଯାଇଛି । ଏଥିସହ କୋରୋନା ଟେଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details