ଫୁଲବାଣୀ: ଓଡିଶାର ଦାରିଙ୍ଗବାଡିରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ 3ଟା ବେଳେ ଶବ୍ଦ ସହିତ ଭୂମି ଥରି ଉଠିଥିଲା । ଫଳରେ ଲୋକେ ଘରୁ ଭୟଭିତ ହୋଇ ବାହାରି ଆସିଥିଲେ ।
ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ - କନ୍ଧମାଳରେ ମୃଦୁ ଭୂମିକମ୍ପ ଅନୁଭୂତ
କନ୍ଧମାଳ ଦାରିଙ୍ଗବାଡିରେ ଗୁରୁବାର ଅପରାହ୍ନ ପ୍ରାୟ 3ଟା ବେଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ
ଲକ୍ଡାଉନ ଯୋଗୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମାର୍କେଟ ଖୋଲା ରହୁଥିବାରୁ ଲୋକେ ଘରେ ରହିଥିଲେ । ତେବେ କେଉଁଠି କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଦାରିଙ୍ଗବାଡ଼ିରେ ଭୂମିକମ୍ପର ତୀବ୍ରତା ମାପିବାକୁ କୌଣସି ଯନ୍ତ୍ର ନଥିବାରୁ ଏହାର ତୀବ୍ରତା କେତେ ଜଣାପଡିନାହିଁ । ଦାରିଙ୍ଗବାଡିରେ କିଛି ବର୍ଷ ହେବ ଏପରି ମୃଦୁ ଭୂମିକମ୍ପ ଲକ୍ଷ୍ୟ କରାଯାଉଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ