ଓଡିଶା

odisha

ETV Bharat / state

ରାସ୍ତା ମଝିରେ ଜନୈକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର - ଗୁଣିଗାରେଡି ସନ୍ଦେହରେ ହତ୍ୟା

ରକ୍ତ ଯୁଡୁ ବୁଡୁ କ୍ଷତାକ୍ତ ମୃତ ଦେହ ଉଦ୍ଧାର । ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକେ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଛାନ ଭିନ୍ନ ଆରମ୍ଭ କଲା ଫିରିଙ୍ଗିଆ ପୋଲିସ । ଅଧିକ ପଢ଼ନ୍ତୁ

ମଝି ରାସ୍ତାରୁ ମିଳିଲା ଯୁବକଙ୍କର ମୃତ ଶରୀର,
ମଝି ରାସ୍ତାରୁ ମିଳିଲା ଯୁବକଙ୍କର ମୃତ ଶରୀର,

By

Published : Mar 23, 2023, 10:21 PM IST

ମଝି ରାସ୍ତାରୁ ମିଳିଲା ଯୁବକଙ୍କର ମୃତ ଶରୀର

ଫୁଲବାଣୀ:ରକ୍ତ ଜୁଡୁବୁଡୁ କ୍ଷତାକ୍ତ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଗୋପୀପଦର ଛକ ନିକଟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛକଠାରୁ ମାତ୍ର ୬୦ରୁ ୭୦ ମିଟର ଦୂରରେ ରାସ୍ତା ମଝିରେ ଜଣେ ଯୁବକର କ୍ଷତବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତବ୍ୟକ୍ତି ଜଣକ ଫିରିଙ୍ଗିଆ ପଞ୍ଚାୟତ ଗୋପିପଦର ଗାଁର ୪୬ ବର୍ଷୀୟ ଜନେକ ମଲିକ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି(ବୁଧବାର) ଜନେକ ଘରୁ ପ୍ରତିଦିନ ଭଳି ସଲପ ରସ ପିଇବାକୁ ବୁଡ଼ାକାମ୍ବା ଯାଇଥିଲା । ହେଲେ ବହୁ ସମୟ ବିତି ଯାଇଥିଲେ ମଧ୍ୟ ଆଉ ଘରକୁ ଫେରି ନଥିଲେ । ତେବେ କିଛି ସମୟ ପରେ ଗାଁର କିଛି ଲୋକେ ଜନେକର ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକ ଘଟଣାସ୍ଥକୁ ଯାଇ ଦେଖିବା ପେର ମୃତକଙ୍କ ପୁଅ ଫିରିଙ୍ଗିଆ ଥାନାକୁ ସୂଚନା ଦେଇଥିଲା । ଦୁର୍ବୃତ୍ତ ଜନେକଙ୍କୁ ମୁଣ୍ଡରେ ଛେଚି ଓ ଗାମୁଛାରେ ବେକରେ ବାନ୍ଧି ହତ୍ୟା କରିଥିବା ଦେଖିବାକୁ ମିଳିଛି ।

ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ରାତି ସମୟ ହୋଇଥିବାରୁ ଆଜି ସକାଳେ ପରିବାର ତରଫରୁ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏସଡିପିଓ ଶୁପ୍ରସନ୍ନ ମଲିକ ଓ ଅନୁସନ୍ଧାନକାରୀ ଦଳର ସହ ଏକ ସ୍ବତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛି । ଏହାସହ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ପ୍ରମାଣ ଯୋଗାଡ ସହ ଛାନ ଭିନ୍ନ ଆରମ୍ଭ କରିଛି ।

ଗୁଣିଗାରେଡି ସନ୍ଦେହ କରି ଜନେକକୁ ଗୋପିପଦର ଗାଁର କିଛି ଲୋକେ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନେକ ସମୟରେ ଗାଁର କିଛି ଲୋକେ ତାକୁ ହତ୍ୟା କରିବା ସହ ଗାଁରି ବାସନ୍ଦ କରିବାର ଧମକ ଦେଉଛିଲେ ବୋଲି ପରିବାର ଲୋକେ କହିଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଥାନାରେ ହତ୍ୟା ସମ୍ପର୍କିତ ୪୯/୨୩ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ । ଅନ୍ୟପଟେ ଫିରିଙ୍ଗିଆ ପୋଲିସ ଏବଂ ଅନୁସନ୍ଧାନ ଦଳ ପହଞ୍ଚି ହତ୍ୟାରେ ବ୍ୟବହୃତ ରକ୍ତ ଭିଜା ପଥର ଜବତ କରିଥିବା ଜଣା ପଡ଼ିଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details