ଫୁଲବାଣୀ :ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ । ପୂର୍ବରୁ ଏହି ଘଟଣାରେ କଥାକଥିତ ପ୍ରେମିକ ସୁଦାମ କହଁରକୁ ଗିରଫ କରିଥିଲା ପୋଲିସ ।
ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଜିଲ୍ଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ଏସ୍ପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ । ଗତ ୨୧ ତାରିଖରେ ଏବିଭିପି ପକ୍ଷରୁ ଏକ ବିଶାଳ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଅଭିଯୁକ୍ତକୁ ଗିରଫ ନକଲେ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏବିଭିପି ଚେତାବନୀ ଦେଇଥିଲା ।