ଫୁଲବାଣୀ: ବାଇକ ଡିକି ଭାଙ୍ଗି ଚାଷୀଙ୍କଠାରୁ ୪୫ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୂଚନାଯୋଗ୍ୟ ଯେ ରଣବା ପଞ୍ଚାୟତ କାନସୁର ଗ୍ରାମର ବିଧାନ ବିଷୟୀ ବହୁ କଷ୍ଟରେ ଧାନ ବିକି ବ୍ୟାଙ୍କ ଖାତାରେ ଜମା ରଖିଥିଲେ । ଶନିବାର ଦିନ ୧୨ଟା ୪୦ମିନଟରେ ରାଇକିଆ ଷ୍ଟେଟ ବ୍ୟାଙ୍କରୁ ପ୍ରାୟ ୪୫ହଜାର ଟଙ୍କା ଉଠାଇ ବାଇକ ଡିକିରେ ରଖିଥିଲେ । ସେଠାରୁ ଆସି ରାଇକିଆ ଚାରିଛକ ଠାରେ ବାଇକ ରଖି ବିସ୍କୁଟ କିଣିବାକୁ ଯାଉଥିବା ବେଳେ କୌଣସି ଦୁର୍ବୃତ୍ତ ବାଇକ ଡିକି ଭାଙ୍ଗି ୪୫ହଜାର ଟଙ୍କା ଏବଂ ଜରୁରୀ କାଗଜ ପତ୍ର ଧରି ଚମ୍ପଟ ମାରିଥିଲା।
ବାଇକ ଡିକି ଭାଙ୍ଗି ଚାଷୀର ୪୫ହଜାର ଲୁଟିନେଲା ଦୁର୍ବୃତ୍ତ
ବାଇକ ଡିକି ଭାଙ୍ଗି ଚାଷୀଙ୍କଠାରୁ ୪୫ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରଣବା ପଞ୍ଚାୟତ କାନସୁର ଗ୍ରାମ ରାଇକିଆ ଚାରିଛକ ଠାରେ । ଅଧିକ ପଢନ୍ତୁ...
ବାଇକ ଡିକି ଭାଙ୍ଗି ଚାଷୀଙ୍କଠୁ ୪୫ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ
ଏନେଇ ବିଧାନ ବିଷୟୀ ରାଇକିଆ ଥାନାରେ ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ରାଇକିଆ ଥାନା ଅଧୀକାରୀ ଟି ଟି ବେହେରା ସୂଚନା ଦେଇଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ