ଫୁଲବାଣୀ: ଗଞ୍ଜେଇ ଚାଲାଣ ବେଳେ ଦୁଇଟି ଅଟୋକୁ ଜବତ କରିଛି ଫିରିଙ୍ଗିଆ ପୋଲିସ । ଏହା ସହିତ ଚାରି ଜଣ ଚାଲାଣକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଦୁଇଟି ଅଟୋରୁ ଦୁଇ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, 4 ଗିରଫ - ଫିରିଙ୍ଗିଆରୁ ଗଞ୍ଜେଇ ଜବତ
ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗଠାରୁ ସାରଙ୍ଗଡ ରାସ୍ତାରେ ଦୁଇଟି ଅଟୋରୁ 70 କେଜି ଗଞ୍ଜେଇ ଜବତ । ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଫିରିଙ୍ଗିଆ ଥାନା ପୋଲିସ ।
ପଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗଠାରୁ ସାରଙ୍ଗଡ ରାସ୍ତାରେ ଦୁଇଟି ଅଟୋରେ 4 ଜଣ 70 କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ତେଲିମୁଣ୍ଡା ଛକଠାରେ ପୋଲିସ ଅଟୋକୁ ଜବତ କରିଥିଲା । 4 ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରି ଫୁଲବାଣୀ କୋର୍ଟଚାଲାଣ କରିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଅଧିକ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ