ଓଡିଶା

odisha

ETV Bharat / state

ଫୁଲବାଣୀରେ ଜାତୀୟ ପ୍ରେସ ଦିବସ ପାଳିତ - ୫୬ ତମ ଜାତୀୟ ପ୍ରେସ ଦିବସ

ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ଅଧିକ ପଢନ୍ତୁ

ଫୁଲବାଣୀରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ
ଫୁଲବାଣୀରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

By

Published : Nov 16, 2022, 10:32 PM IST

ଫୁଲବାଣୀ:ଫୁଲବାଣୀରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ପ୍ରେସ କ୍ଲବ ଫୁଲବାଣୀଠାରେ ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଏକ ଆଲୋଚନାଚକ୍ର "ଜନତାର ସ୍ୱରକୁ ଶାଣିତ କରିବା କ୍ଷେତ୍ରରେ ଗଣମାଧ୍ୟମର ମୁକ୍ତ ନିରପେକ୍ଷ ଭୂମିକା" ଆୟୋଜିତ ହୋଇଥିଲା ।

ଫୁଲବାଣୀରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଡଃ ଅରୂପ କୁମାର ଜେନା ଯୋଗ ଦେଇଥିଲେ । ସେ କହିଥିଲେ ଯେ, ଗଣତନ୍ତ୍ରର ଜଗୁଆଳ ହେଉଛି ସାମ୍ବାଦିକ, ସାମ୍ବାଦିକଙ୍କ ମଧ୍ୟରେ ଏକତା ଜରୁରୀ, ରିହାତି ମୂଲ୍ୟରେ ବିଭିନ୍ନ ରୂଣ ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ । ତେବେ ଯାଇ ସାମ୍ବାଦିକ ନିରପେକ୍ଷ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ସାମ୍ବାଦିକ ଅଶୋକ ପରିଡା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ ।

ସେହିପରି ସାମ୍ବାଦିକ ଶିବ ତ୍ରିପାଠୀ ଗ୍ରାମାଞ୍ଚଳର ସାମ୍ବାଦିକଙ୍କ ବାବଦରେ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ଗ୍ରାମାଞ୍ଚଳର ସାମ୍ବାଦିକମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରେସ କ୍ଲବର ସମସ୍ତ ସଦସ୍ୟ ଏବଂ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ପ୍ରେସ କ୍ଲବ ପକ୍ଷରୁ କଲମ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରେସ କ୍ଲବର ଅତିରିକ୍ତ ଗୃହର ପ୍ରଥମ ମହଲା ପାଇଁ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଏକ ମୁକ୍ତ ଏବଂ ଦାୟିତପୂର୍ଣ୍ଣ ପ୍ରେସକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ନଭେମ୍ବରରେ ଏହି ଦିନ ପାଳନ କରାଯାଏ । ଏହି ଦିନ ହିଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଏକ ନୈତିକ ୱାଚଡଗ୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲା ଯେ ପ୍ରେସ୍ ଉଚ୍ଚ ମାନର ବଜାୟ ରଖେ ଏବଂ କୌଣସି ପ୍ରଭାବ କିମ୍ବା ଧମକ ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ । ୧୯୯୭ ମସିହାରୁ, ପରିଷଦ ପ୍ରାସଙ୍ଗିକ ଥିମ୍ ସହିତ ସେମିନାର ମାଧ୍ୟମରେ ଏକ ମହତପୂର୍ଣ୍ଣ ଦିନକୁ ସ୍ମରଣ କରାଯାଉଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details