ଫୁଲବାଣୀ:୨୦୦୭ରବହୁଚର୍ଚ୍ଚିତ ଦଙ୍ଗା ଘଟଣାର ୧୪ ବର୍ଷ ପରେ ୫୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପୋଲିସ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ । ହେଲେ କୋର୍ଟରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୋଗ ଭୁଲ୍ ପ୍ରମାଣିତ ହୋଇଛି।
ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର 123/07ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା । ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା । ତେବେ ଦୀର୍ଘ ୧୪ ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଗଗନ ସାହୁ ଏହି ୫୬ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l