କନ୍ଧମାଳ: ଜିଲ୍ଲାରେ ଚାଞ୍ଚଲ୍ୟ । ଜେଲ କର୍ମଚାରୀ ଓ ଅପରାଧୀଙ୍କ ସାଙ୍ଘାତିକ ଷଡଯନ୍ତ୍ର ପଣ୍ଡ ହୋଇଛି । ଜଣେ ଜେଲ କର୍ମଚାରୀଙ୍କ ଦ୍ବାରା ଦୁଇ ଜଣଙ୍କୁ ଅପହରଣ କରିବା ଘଟଣାର ପର୍ଦ୍ଦାଫାସ ହୋଇଛି । ତେବେ ଏହି ଘଟଣାରେ 6ଜଣ ଅପରାଧି ଏବେ ଦାରିଙ୍ଗବାଡି ପୋଲିସ କବଜାରେ ।
ବାଲିଗୁଡା ଜେଲର ୱାଡେନ ସୁବାସ ଚନ୍ଦ୍ର ବେହେରା ଦଳେଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ଅପହରଣ କରିବା ନେଇ ଏହି ଘଟଣାରେ 6 ଜଣଙ୍କୁ ସାମିଲ କରିଥିଲେ । ସେମାନେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁରକୁ ନେଇ ଯାଉଥିବା ବେଳେ ଉପସ୍ଥିତି ବୁଦ୍ଧି ବଳରେ ସେଠାରୁ ଖସି ଆସିଥିଲେ ବୁଲୁ ନାୟକ ।
ଏହାପରେ ବୁଲୁ ଘଟଣା ବିଷୟରେ ଦାରିଙ୍ଗବାଡ଼ି ଥାନାରେ ପୋଲିସଙ୍କୁ ଜଣାଇଥିଲା । ପରେ ଥାନା ଅଧିକାରୀ ଅଲେଖ ଗରଡିଆ ଅପହରଣକାରୀଙ୍କ ଗାଡିକୁ ଗୁଳି ମାଡ କରିଥିଲେ । ଫଳରେ 6 ଅପହରଣକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।