ଓଡିଶା

odisha

ETV Bharat / state

5 ଜୁଆଡି ଗିରଫ, 25 ହଜାର ଟଙ୍କା ଜବତ - 5 Gambler arrtested in Phulbani

ଫୁଲବାଣୀ ଆଦର୍ଶ ଟାଉନ ଥାନା ପୋଲିସ ଡାକପଲାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢାଉ କରି 5 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

By

Published : Oct 8, 2019, 4:40 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶ ଟାଉନ ଥାନା ପୋଲିସ ଡାକପଲାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢାଉ କରି 5 ଜଣଙ୍କୁ ଗିରଫ କରିଛି । ଜୁଆ ଆଡ୍ଡାରୁ 25 ହଜାର ଟଙ୍କା ସହିତ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛି ପୋଲିସ ।

ଗିରଫ ମାନେ ହେଲେ ପବିତ୍ର ପ୍ରଧାନ, ମନୋଜ ପ୍ରଧାନ, ମଧୂସୁଧନ ବେହେରା, ପଞ୍ଚାନନ ବେହେରା ଓ ବିଶ୍ବନାଥ ନାୟକ । ତେବେ 143/2019 ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏପରି ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details