ଓଡିଶା

odisha

ETV Bharat / state

ବାଲିଗୁଡାରୁ 40 କେଜି ଗଞ୍ଜେଇ ଜବତ: 3 ଗିରଫ

କନ୍ଧମାଳ ଦିଲ୍ଲା ବାରଖମା ନିକଟରୁ 40 କିଲୋଗ୍ରାମ ଗଞ୍ଜେଇ ଜବତ । ମାମଲାରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

By

Published : Mar 2, 2021, 5:54 PM IST

Updated : Mar 2, 2021, 6:06 PM IST

ବାଲିଗୁଡାରୁ 40 କେଜି ଗଞ୍ଜେଇ ଜବତ: 3 ଗିରଫ
ବାଲିଗୁଡାରୁ 40 କେଜି ଗଞ୍ଜେଇ ଜବତ: 3 ଗିରଫ

ଫୁଲବାଣୀ:ବାଲିଗୁଡା ପୋଲିସକୁ ମିଳିଲା ସଫଳତା । କନ୍ଧମାଳ ଦିଲ୍ଲା ବାରଖମା ନିକଟରୁ 40 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

ବାଲିଗୁଡାରୁ 40 କେଜି ଗଞ୍ଜେଇ ଜବତ: 3 ଗିରଫ

ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ବାଲିଗୁଡା ପୋଲିସ ଏସଡ଼ିପିଓ ମନୋଜ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଥାନା ପୋଲିସ ବାରଖମା ଠାରେ କାରକୁ ଅଟକାଇ ଥିଲା । କାର ଯାଞ୍ଚ କରାଯିବାରୁ ସେଥିରୁ ଚାଳିଶ କିଲୋ ଚୋରା ଗଞ୍ଜେଇ ମିଳିଥିଲା । ଫଳରେ ପୋଲିସ ଗଞ୍ଜେଇ ସହ କାର ଜବତ କରିଛି । ସେହିପରି ମାମଲାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଅଞ୍ଚଳର କଳିଙ୍ଗ କେଶରୀ ପ୍ରଧାନ, ସୌଭାଗ୍ୟ ବେହେରା, ବନମାଳୀ ପ୍ରଧାନ ବୋଲି ଜଣାପଡିଛି । ବାଲିଗୁଡା ଏସଡ଼ିପିଓ ପୂଜାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚଢାଉ କରାଯାଇଥଲା । ଅନ୍ୟପଟେ ବାଲିଗୁଡ଼ା ଏଡିଜେ କୋର୍ଟ ଜାମିନ ନାମାଞ୍ଜୁର କରିବାରୁ ବାଲିଗୁଡ଼ା ସମସ୍ତ ଅଭିଯୁକ୍ତଙ୍କୁ ସବ୍ ଜେଲକୁ ପଠାଇଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 2, 2021, 6:06 PM IST

ABOUT THE AUTHOR

...view details