ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଟାସ୍କ ଫୋର୍ସ ଉପରେ ଆକ୍ରମଣ ପରେ ଆଜି(ବୁଧବାର) ସଦର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୁଦ୍ରୁକୁମ୍ପା ଫାଣ୍ଡିକୁ ଲୋକଙ୍କୁ ଡାକି ତଦନ୍ତ କରିଛି ପୋଲିସ୍ । କ୍ରାଇମବ୍ରାଞ୍ଚର ସାତ ଜଣିଆ ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଗଞ୍ଜେଇ ବ୍ୟବସାୟ ଉପରେ ଚଢାଉପାଇଁ କ୍ରାଇମବ୍ରାଞ୍ଚର 7 ଜଣିଆ ଟିମ୍ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଲବାଡି ପଞ୍ଚାୟତର କାକେନ୍ଦ୍ରୀ ଗାଁକୁ ଯାଇଥିଲା । ଏହିସମୟରେ ତଦନ୍ତକାରୀ ସଂସ୍ଥା ଉପରେ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ । ଏଥିରେ 4 ଜଣ ଗୁରୁତର ଆହତ ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।