ଓଡିଶା

odisha

ETV Bharat / state

ସଂଯୁକ୍ତା ଦିଗାଲଙ୍କ ପରିବାରକୁ ମିଳିଲା 30 ଲକ୍ଷର ସହାୟତା ରାଶି - ନକ୍ସଲ

ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିବା ଜିଆରଏସ୍ ସଂଯୁକ୍ତା ଦିଗାଲଙ୍କ ପରିବାରକୁ ତିରିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

By

Published : Jun 30, 2019, 3:39 AM IST

ଫୁଲବାଣୀ: ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାରାହାଲା ପୋଲିଙ୍ଗ୍ ବୁଥ୍ ନିକଟରେ ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିଲେ ଜିଆରଏସ୍ ସଂଯୁକ୍ତା ଦିଗାଲ । ଶନିବାର ପରିବାରକୁ ତିରିଶ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ତେବେ ସାଧାରଣ ନିର୍ବାଚନର ପୂର୍ବଦିନ (ଅପ୍ରେଲ 17 ତାରିଖରେ) ନିର୍ବାଚନ କାର୍ଯ୍ୟରେ ବୁଥକୁ ଆସୁଥିବା ମୋବାଇଲ୍ ପୋଲିଙ୍ଗ ଗାଡି ଉପରେ ନକ୍ସଲ ଲ୍ୟାଣ୍ଡମାଇନ ବିସ୍ପୋରଣ କରିବା ସହ ଗୁଳିମାଡ କରିଥିଲେ । ଗୋଟିଏ ଗୁଳି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଯାହାକୁ ନେଇ ନିର୍ବାଚନ କମିଶନଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତଥା ତତ୍କାଳୀନ ଅତିରିକ୍ତ ନିର୍ବାଚନ ଅଧିକାରୀ ବସନ୍ତ କୁମାର ସାହୁ ସଂଯୁକ୍ତାଙ୍କ ପରିବାରକୁ 30 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହାସହ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ରଙ୍କ ସମେତ ଭାଇ ଓ ମାଆଙ୍କୁ ସାନ୍ତ୍ବନା ମଧ୍ୟ ଦେଇଛି ପ୍ରଶାସନ । ତେବେ ଚେକ୍ ପ୍ରଦାନ ସମୟରେ ସେଠାରେ ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ,ତହସିଲଦାର ସୁଶ୍ରୀ ପୁନମ ଓ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ, ମାଓ ଆକ୍ରମଣ ପରେ ଜିଆରଏସ ସଂଘ ତିରିଶ ଲକ୍ଷ ଟଙ୍କା ସହ କ୍ଷତିପୂରଣ ସହିତ ପରିବାରକୁ ଥଇଥାନ ଦାବି କରିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details