ଓଡିଶା

odisha

ETV Bharat / state

ଅଟୋରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, 3 ଗିରଫ

ଏକ ଅଟୋ ଭିତରୁ ତିନୋଟି ବସ୍ତାରେ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

By

Published : Jun 20, 2019, 9:25 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଚୋରା ଚାଲାଣବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଏକ କୁଇଣ୍ଟାଲ ତିନି କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଏନେଇ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ଫିରିଙ୍ଗିଆରୁ ନୟାଗଡ ଏବଂ ସେଠାରୁ ରାଜଧାନୀ ଦେଇ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲେ । ମାତ୍ର ଏହା ପୂର୍ବରୁ ହିଁ ଫିରିଙ୍ଗିଆ ଛକରେ ଏମାନଙ୍କୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ

ଗିରଫ ହୋଇଥିବା ତିନିଜଣ ହେଲେ ଫିରିଙ୍ଗିଆର ଜିତେନ୍ଦ୍ର ଦିଗାଲ, ବନ୍ଧୁ ପ୍ରଧାନ ଏବଂ ନୟାଗଡ ଜିଲ୍ଲାର ଦିପୁନ୍ ଚିନ୍ନର । ଏକ ଅଟୋରେ ତିନି ବସ୍ତା ଗଞ୍ଜେଇ ନେଇ ଯାଉଥିବାବେଳେ ପୋଲିସ ଏମାନଙ୍କୁ ଅଟକାଇଥିଲା । ଏହାସହ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି । ତେବେ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିବା ପରେ ଏନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ଯାମସୁନ୍ଦର ରାଓ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details