ଓଡିଶା

odisha

ETV Bharat / state

ପୋଖରୀରେ ବୁଡି 3 ନାବାଳିକାଙ୍କ ସଲୀଳ ସମାଧି

ଦାରିଙ୍ଗିବାଡିରେ ଅଭାବନୀୟ ଘଟଣା। ପୋଖରୀରେ ବୁଡି ଯାଇ 3 ନାବାଳିକାଙ୍କ ମୃତ୍ୟୁ ଘଟିଛି। ଶୌଚ ହେବାକୁ ଯାଇ ପୋଖରିରେ ବୁଡି ଯାଇଥିଲେ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

By

Published : Mar 28, 2019, 8:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକର ପର୍ତ୍ତମାହା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପୋଖରୀରେ ବୁଡି ଯାଇ 3 ନାବାଳିକାଙ୍କ ସଲୀଳ ସମାଧି। ପୋଖରୀକୁ ଶୌଚ ହେବାକୁ ଯାଇ ବୁଡି ଯାଇଥିଲେ 3 ନାବାଳିକା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ମୃତକ ମାନେ ହେଲେ ସେହି ଗ୍ରାମର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ, ମେନକା ନାୟକ ଓ ପ୍ରକାଶ ସେନାପତିଙ୍କ ଝିଅ ନିଶା ସେନାପତି। ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟାରେ ଶୌଚ ହେବା ପାଇଁ 3 ଜଣ ନାବାଳିକା ସ୍ଥାନୀୟ ପୋଖରୀକୁ ଯାଇଥିଲେ। ହେଲେ ପୋଖରୀବୁଡି ଯାଇ ପ୍ରାଣ ହରାଇ ଥିଲେ। ତେବେ ଅନେକ ସମୟ ଯାଏଁ ସେମାନେ ଘରକୁ ନ ଆସିବାର ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀନିକଟରୁ ସେମାନଙ୍କ ପୋଷାକ ପଡିଥିବା ଦେଖିବାକୁ ମିଳିଥିଲା । ଗାଁ ଲୋକେ ପୋଖରୀରେ ଖୋଜାଖୋଜି ପରେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଅନ୍ୟପଟେ 3 ନାବାଳିକାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ। ନାବାଳିକାଙ୍କ ମୃତ୍ୟୁକୁ ସହଜରରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details