କନ୍ଧମାଳ: ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏହିକ୍ରମରେ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛି। ବେଆଇନ୍ ଭାବେ ଚାଷ ହୋଇଥିବା 260 ଏକର ଜମିରେ ଗଞ୍ଜେଇକୁ ନଷ୍ଟ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ଅଢେଇ କୋଟିରୁ ଅଧିକ ହେବ।
ଫିରିଙ୍ଗିଆରେ 2.5 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ନଷ୍ଟ - ଗଞ୍ଜେଇ ନଷ୍ଟ
ଫିରିଙ୍ଗିଆ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ ବେଳେ 260 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ କୋଟିରୁ ଅଧିକ ହେବ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଏତତବ୍ୟତୀତ ଫିରିଙ୍ଗିଆ ଥାନାର ଗୋହିବେରନା, କାଟାଡାମା, ତିଲକପଡି ଆଦି ଗାଁ ଓ ନିକଟବର୍ତ୍ତୀ ଜଙ୍ଗଲରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି ଉଭୟ ଟିମ୍। ଆଗକୁ ଏହି ଚଢାଉ ଜାରି ରହିବା ନେଇ ଜଣାପଡିଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ