ଫୁଲବାଣୀ: କନ୍ଧମାଳରୁ ପୁଣି ଜବତ ହେଲା ଗଞ୍ଜେଇ । ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଗୋଛାପଡା ପୋଲିସ ଗଞ୍ଜେଇ ବସ୍ତା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ କଟ୍ରିଙ୍ଗିଆର ଅଭିଷେକ ସାହୁ । ପାଖାପାଖି 20 କେଜି ଗଞ୍ଜେଇ ଜବତ ହୋଇଥିବା ନେଇ କହିଛନ୍ତି ଥାନା ଅଧିକାରୀ ।
ଅଟୋରୁ 20 କେଜି ଗଞ୍ଜେଇ ଜବତ - 20 kg
ଭୁବନେଶ୍ବରକୁ ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳରୁ 20 କେଜି ଗଞ୍ଜେଇ ଜବତ। ଚାଲାଣକାରୀକୁ ଗିରଫ କରିଛନ୍ତି ଗୋଛିପଡା ଥାନା ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଏକ ଅଟୋରେ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଗୋଛିପଡା ପୋଲିସ । ଲୋହୁରା ଠାରେ ଚଢାଉ କରାଯାଇ ଅଟୋକୁ ଧରାଯାଇଥିବା ଜଣାପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ