ଓଡିଶା

odisha

ETV Bharat / state

ପୋଖରୀରେ ବୁଡି 2 ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ

କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁରେ ଅଘଟଣ। ସୁମନ୍ତ ମଲିକଙ୍କର ଦୁଇ ବର୍ଷର ପୋଖରୀରେ ବୁଡିଯିବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି।

By

Published : Jul 27, 2019, 4:48 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁରେ ଅଘଟଣ। ସୁମନ୍ତ ମଲିକଙ୍କର ଦୁଇ ବର୍ଷର ପୋଖରୀରେ ବୁଡିଯିବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ବାପା ସୁମନ୍ତଙ୍କୁ ଗୋଡେଇ ଗୋଡେଇ ପଛେ ପଛେ ଆସୁଥିବା ବେଳେ ପଡି ଯାଇଥିଲେ ପୋଖରୀରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ସୁମନ୍ତଙ୍କୁ ଏବାବଦରେ ଜଣାନଥିଲା କି ତାଙ୍କ କୁନି ଝିଅ ତାଙ୍କ ପଛେ ପଛେ ଥିଲା । ଅଘଟଣ ପରେ ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପାଇଥିଲେ । ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ।

ତେବେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details