ଫୁଲବାଣୀ: ବାତ୍ୟା 'ଫନି'କୁ ନେଇ ରାଜ୍ୟ ସାରା ଭୟ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ବେଫିକର ଗଞ୍ଜେଇ ଚୋରା ଚାଲାଣକାରୀ । ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ପୋଲିସ ଆଖିରେ ଧୂଳିଦେଇ ବୋଲେରୋ ପିକଅପରେ ଗଞ୍ଜେଇ ଭର୍ତିକରି ନେଉଥିବାବେଳେ 2ଜଣ ଆନ୍ତଃରାଜ୍ୟ ଚାଲାଣକାରୀକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ ।
କନ୍ଧମାଳ ଜିଲ୍ଲାରୁ ଛତିଶଗଡ ଚାଲାଣ ହେଉଥିଲା ଗଞ୍ଜେଇ । ଗୁଇନ୍ଦାରୁ ସୂଚନା ପାଇ ଫିରିଙ୍ଗିଆ ଥାନାର ଜାଜେସପାଙ୍ଗାରେ ପୋଲିସ ଚଢାଉ କରିଥିଲା । ଏକ ବୋଲେରୋ ପିକଅପରେ 20 ଟି ପ୍ୟାକେଟରେ ଗଞ୍ଜେଇ ନେଉଥିବା ବେଳେ ପୋଲିସ ଧରିଥିଲା ଚାଲାଣକାରୀଙ୍କୁ । ଏହା ସହିତ ଏହି ବୋଲେରୋକୁ ପାଇଲଟିଙ୍ଗ କରି ନେଉଥିବା ଏକ ବାଇକକୁ ମଧ୍ୟ ଜବତ କରିଛି ପୋଲିସ ।