ଫୁଲବାଣୀ: କୀଟନାଶକ ମିଶା ଖାଦ୍ୟ ଖାଇ ସଦର ଥାନା ଅନ୍ତର୍ଗତ ତାଳପଡା ଗାଁରେ ଅଘଟଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡିଛି । ଖାଦ୍ୟରେ ଦାନାଦାର ମିଶାଯାଇଥିବାରୁ ଏପରି ଅଘଟଣ ଘଟିଥିବା ଜଣା ପଡିଛି । ସେପଟେ ଖବର ପାଇ ପୋଲିସ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
କୀଟନାଶକ ମିଶା ଖାଦ୍ୟ ଖାଇ 2 ମୃତ, 2 ଗୁରୁତର - କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍
କୀଟନାଶକ ମିଶା ଖାଦ୍ୟ ଖାଇ ସଦର ଥାନା ଅନ୍ତର୍ଗତ ତାଳପଡା ଗାଁରେ ଅଘଟଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...
କୀଟନାଶକ ମିଶା ଖାଦ୍ୟ ଖାଇ 2 ମୃତ, 2 ଗୁରୁତର
ସୂଚନା ଅନୁଯାୟୀ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ଦାନାଦାର ମିଶା ଖାଦ୍ୟ ଖାଇ 4 ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଡାକ୍ତରଖାନା ନେବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ମୃତକ ଦୁହେଁ ହେଲେ ତାଳପଡାର ସୁବର୍ଣ୍ଣ କଂହର ଓ ଫାଗୁଣ ବିନ୍ଧାଣି । ତେବେ କେଉଁ କାରଣରୁ ସେମାନଙ୍କ ଖାଦ୍ୟରେ ଦାନାଦାର ମିଶାଯାଇଥିଲା ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ପ୍ରକାଶ କରିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ