ଓଡିଶା

odisha

ETV Bharat / state

ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ - ସ୍ୱାମୀ ଲକ୍ଷ୍ମଣ ନନ୍ଦ ସରସ୍ବତୀ

କନ୍ଧମାଳ ଜଲେଶପଟା ଏବଂ ଚକାପାଦ ଆଶ୍ରମରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣ ନନ୍ଦ ସରସ୍ବତୀଙ୍କ ପନ୍ଦରତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

15th death anniversary of swami lakhmana nada saraswati
ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ

By ETV Bharat Odisha Team

Published : Sep 6, 2023, 6:52 PM IST

ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ

ଫୁଲବାଣୀ:ଆଜି ପବିତ୍ର ଜନ୍ମାଷ୍ଟମୀ । ଏଥିସହ ଚକାପାଦ ଆଶ୍ରମରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ଆଡ଼ମ୍ବର ସହକାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଓ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ।

କୋଭିଡ କଟକଣା ପରେ ଚଳିତ ଥର ବେଶ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ଏବଂ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ ହେଉଛି । ଏହି ଅବସରରେ ସମଗ୍ର ଜିଲ୍ଲାର ୧୨ ଟି ବ୍ଳକରୁ କଳସରେ ପାଣି ଆଣି ସ୍ବାମୀଜୀଙ୍କ ସମାଧି ସ୍ଥଳରେ ତିଳ ତର୍ପଣ କରାଯାଇଛି । ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସ୍ବାମୀଜୀଙ୍କ ସହ ଅନୁଗାମୀମାନେ ଯୋଗ ଦେଇଛନ୍ତି l ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ଯ କିଛି ସାଧୁ ସନ୍ଥଙ୍କ ସମାଗମ ହୋଇଛି l କନ୍ୟାଶ୍ରମ ଅନ୍ତେବାସୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସକାଳୁ ପୂଣ୍ୟପୀଠ ବାବା ଜଳେଶ୍ୱର ମନ୍ଦିର ନିକଟ ରାହୁଲ ନଦୀର ଜଳ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଜଳାଭିଶେକ କରାଯାଇଥିଲା । ହରିନାମ ସଂକୀର୍ତ୍ତନ କଳସ ଶୋଭାଯାତ୍ରା, ଗୀତାଜ୍ଞାନ, ଗୋପୂଜନ, ହୋମ ଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରାଯାଇଛି । ଅପରାହ୍ନରେ ଆଶ୍ରମର ସଭାଗୃହ ମଧ୍ୟରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଛି l ସ୍ମୁତି ସଭାରେ ଲକ୍ଷଣାନନ୍ଦ କିଭଳି ଭାବରେ ବାଳିକା ଶିକ୍ଷା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେଉଥିଲେ ଧର୍ମାନ୍ତରୀକରଣ ଓ ଗୋ ହତ୍ୟାକୁ ବିରୋଧ କରୁଥିଲେ ସେନେଇ ସ୍ମୁତିଚାରଣ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ଵହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ଏକଲବ୍ୟ ଶିକ୍ଷା ସମିତି ସାମିଲ ହୋଇଥିଲା।

ଏହା ମଧ୍ୟ ପଢ଼ନ୍ତୁ:ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଇଛି । ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ଥାନରେ ଫ୍ଳାଗ୍ ମାର୍ଚ୍ଚା କରାଯାଇଥିବା ବେଳେ ଆଜି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଜଲେଶପଟା ଠାରେ ଦୁଇ ଜଣ ଡିଏସପି ଏବଂ ତିନି ଜଣ ସବ୍‌ଇନିସ୍‌ପେକ୍ଟର ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳନ ହେଉଛି । ସ୍ୱାମୀଜୀଙ୍କ ହତ୍ୟାକାଣ୍ଡକୁ 15ବର୍ଷ ପୁରି ଥିବା ବେଳେ ଏଯାଏଁ ପ୍ରକୃତ ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଜଣା ପଡ଼ିନାହିଁ l ନାଇଡୁ କମିଶନ ଓ ପାଣିଗ୍ରାହୀ କମିଶନ ତଦନ୍ତ ଶେଷ କରିଛି । କିନ୍ତୁ ଏଯାଏଁ ରିପୋର୍ଟ ସାର୍ବଜନୀନ ହୋଇନଥିବା ଅଭିଯୋଗ କରିଛି ବିଶ୍ୱହିନ୍ଦୁ ପରିଷଦ । ଯଥାଶୀଘ୍ର ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details