ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଗୁଜରାଟ, ତାମିଲନାଡୁ, କେରଳ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରୁ ଦାଦନ ମାନେ କନ୍ଧମାଳ ଫେରୁଛନ୍ତି । ଏମାନଙ୍କୁ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି । ସୁରକ୍ଷା ଓ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଡା ବୃନ୍ଦା ଡି ଜିଲ୍ଲାର ସମସ୍ତ କ୍ଵାରେଣ୍ଟାଇନ ସେଣ୍ଟର, ସଙ୍ଗରୋଧ ଗୃହ, ଅସ୍ଥାୟୀ ମେଡ଼ିକାଲ ସେଣ୍ଟର ମାନଙ୍କରେ 144 ଧାରା ଜାରି କରିଛନ୍ତି ।
କନ୍ଧମାଳ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ 144 ଜାରି - 144 ଜାରି ଜାରି
କନ୍ଧମାଳ ଜିଲ୍ଲାର ସମସ୍ତ କ୍ଵାରେଣ୍ଟାଇନ ସେଣ୍ଟର, ସଙ୍ଗରୋଧ ଗୃହ, ଅସ୍ଥାୟୀ ମେଡ଼ିକାଲ ସେଣ୍ଟରରେ 144 ଧାରା ଜାରି କରିଛନ୍ତି ଜିଲ୍ଲାପାଳ । ଜିଲ୍ଳାକୁ ପ୍ରବାସୀ ଦାଦନ ଫେରୁଥିବାରୁ ଏପରି କଡା କଟକଣା ଜାରି କରାଯାଇଛି।

କନ୍ଧମାଳ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ 144 ଜାରି ଜାରି
କନ୍ଧମାଳ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ 144 ଜାରି
ଏପରିକି କେନ୍ଦ୍ରର 100 ମିଟର ପରିଧିରେ ଲାଗୁ ହୋଇଛି ଏହି ନିୟମ । ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତେବେ ସୁରଟ ସହିତ ଅନ୍ୟ ହଟସ୍ପଟରୁ ଏହି ପ୍ରବାସୀ ଶ୍ରମିକ ଫେରୁଥିବାରୁ ଜିଲ୍ଲାପାଳ ଏପରି କଡା କଟକଣା ଜାରି କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
Last Updated : May 13, 2020, 11:02 AM IST