ଫୁଲବାଣୀ: କନ୍ଧମାଳରେ ମଙ୍ଗଳବାର ପୁଣି 7 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଫଳରେ ଜିଲ୍ଲା ପ୍ରଶାସନ ରତଙ୍ଗ ଟିଏମସିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ଏହି କେନ୍ଦ୍ର ଓ ଅଞ୍ଚଳରୁ କେହି ବାହାରକୁ କିମ୍ବା ଭିତରକୁ ଯାଇପାରିବେ ନାହିଁ । ଏହା ସହିତ 13 ନମ୍ବର ଆକ୍ରାନ୍ତ ସମସ୍ତଙ୍କ ଚିନ୍ତା ବଢାଇଛନ୍ତି । ଟିଏମସିରୁ ଘରକୁ ଯାଉଥିବା ସୂଚନା ପାଇଁ ଟ୍ରେସିଂ ଓ ସର୍ଭେଲେନସ୍ ଜୋରଦାର କରିଛି ପ୍ରଶାସନ ।
କନ୍ଧମାଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 13 କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ 7 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତେ ଏକ ନମ୍ବର ଓ ଦୁଇ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଓ ରତଙ୍ଗ ଟିଏମସିରେ ରହୁଥିଲେ । ମଙ୍ଗଳବାର ଚିହ୍ନଟ ସମସ୍ତେ ପୁରୁଷ । ଜଣେ 16 ବର୍ଷର ନାବାଳକ ହୋଇଥିବା ବେଳେ ଦୁଇ ଜଣ 3 ବର୍ଷର, ଜଣେ 29 ବର୍ଷର, ଜଣେ 24 ବର୍ଷ, ଜଣେ 34 ଓ ଜଣେ 38 ବର୍ଷ ବୟସର ଜଣାପଡିଛି । ସମସ୍ତେ ତାମିଲନାଡୁରୁ ଫେରିଥିଲେ । ତେବେ ଏମାନଙ୍କ ମଧ୍ୟରୁ ଗାଁର ଜଣେ ଏଠାରେ ରାନ୍ଧୁଣିଆ ଭାବେ କାମ କରୁଥିଲେ ଏବଂ ବାହାରକୁ ଯାଉଥିଲେ ବୋଲି ସୂଚନା ମିଳିଛି । ସମସ୍ତ ସଂକ୍ରମିତଙ୍କୁ କିମସ୍ ଭୁବନେଶ୍ବର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।