ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ କିଛି ଦିନ ହେଲା ଗଞ୍ଜେଇ କାରବାର ବଢିବାରେ ଲାଗିଛି । ଗଞ୍ଜେଇ ମାଫିଆମାନଙ୍କ ଚରାଭୂଇଁ ପାଲଟିଛି ଏହି ଅଞ୍ଚଳ । ଏହା ଉପରେ ରୋକ ଲଗାଇବାକୁ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ କରିବା ଜବତ ସହ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରୁଥିଲେ ହେଁ ଏହି ବେଆଇନ କାରବାର ଥମିବାର ନାଁ ନେଉନି । ଗତକାଲି ପୋଲିସ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଙ୍ଗା ପୋଲ ନିକଟରୁ ପୁଣିଥରେ ୧୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହି ମାମଲା ତିନି ଜଣ ଗିରଫ ହୋଇଛନ୍ତି ।
ଏହି ଅଭିଯୁକ୍ତମାନେ ହେଲେ ଗୋଚ୍ଛାପଡ଼ା ଥାନା ପଲାବୃଡି ପଞ୍ଚାୟତ ଶ୍ରାଡିମୁଣ୍ଡା ଗାଁର ରଞ୍ଜିତ ଦିଗାଲ, କାମଦେବ୍ ଦିଗାଲ ଓ ଅନ୍ୟ ଜଣେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତଳାପଡା ଗାଁର ସନ୍ୟାସୀ ଦିଗାଲ । ତିନି ଜଣଯାକ ଦୁଇଟି ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲେ । ଏନେଇ ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରକୁ ଖବର ପାଇଥିଲା । ଏହାପରେ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ୍ ପଙ୍ଗା ଉପରସାହି ପଞ୍ଚାୟତଠାରୁ ସାଡୀଙ୍ଗିଆ ଯାଇଥିବା ମୁଖ୍ୟ ରାସ୍ତାର ପଙ୍ଗା ପୋଲ ନିକଟରେ ସେମାନଙ୍କୁ କାବୁ କରିଥିଲା ।
ଏହାମଧ୍ୟ ପଢନ୍ତୁ: ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା, ଶୁଭଖୁଣ୍ଟି ସ୍ଥାପନ ପାଇଁ ଚୂଡାନ୍ତ ହେଲା ତାରିଖ