ଓଡିଶା

odisha

ETV Bharat / state

ତହସିଲଦାର କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ - ଯୁବ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ତହସିଲଦାର କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ତହସିଲ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

youth congress protest in kalahandi
ତହସିଲଦାର କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

By

Published : Jun 6, 2022, 2:57 PM IST

ଭବାନୀପାଟଣା:ତହସିଲଦାର କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ତହସିଲ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା ବିଶାଳ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ଚାଷୀ ଓ ଯୁବନେତାମାନେ ସାମିଲ ହୋଇଥିଲେ ।

ତହସିଲଦାର କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଆଜି ଜିଲ୍ଲା ଯୁବ କଂଗ୍ରେସ ଗୋଲାମୁଣ୍ଡା ମହାଭାରତ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବିପତ୍ର ତହସିଲଦାର ସର୍ବେଶ୍ବର ଜାଲଙ୍କୁ ପ୍ରଦାନ କରାଯାଇଥିଲା । ୬ ଦଫା ଦାବି ମଧ୍ୟରେ ଗୋଲାମୁଣ୍ଡା ବ୍ଲକର ଚାଷୀମାନଙ୍କୁ ତୁରନ୍ତ ଶସ୍ୟ ବୀମା ରାଶି ଟଙ୍କା ପ୍ରଦାନ ସହ ମରୁଡି ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ ରହିଛି ।

ସେହିପରି ଜଙ୍ଗଲ ଜମି ପଟାରେ ବନ୍ଧା ଯାଇଥିବା ଫସଲ ବୀମା ଗ୍ରହଣ କରି ତୁରନ୍ତ ଫସଲ ବୀମା ପ୍ରଦାନ ସହିତ ମରୁଡି ସହାୟତା ପ୍ରଦାନ ଓ ଗୋଲାମୁଣ୍ଡା ସ୍ଥିତ ବୈଜଲପୁର, ସୁକୁନୀମୁଣ୍ଡା ଠାରେ ବେନିୟମ ଭାବରେ ଗଢି ଉଠିଥିବା କ୍ରସରକୁ ତୁରନ୍ତ ବନ୍ଦ ଦାବିରେ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମର ଭୂମିହୀନମାନଙ୍କୁ ତୁରନ୍ତ ୪ ଡିସମିଲ ପଟ୍ଟା ପ୍ରଦାନ ପ୍ରଦାନ, ଗୋଲାମୁଣ୍ଡା, ମାନଝରୀ, ବୃନ୍ଦାବାହାଲ, ଧାମନପୁର ଓ ଚିଲଗାଁ ଡୋକରିପଡାକୁ ତୁରନ୍ତ ସେଟେଲାଇଟ ମାଧ୍ୟମରେ ଭୂ-ବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details