ଭବାନୀପାଟଣା:ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଖାଲି ପଡିଛି ଡାକ୍ତର, ନର୍ସ,ଫାର୍ମାସିଷ୍ଟ ପଦବୀ । ଏହି ପଦ ପୂରଣ ପାଇଁ ଦାବି କରି ଯୁବ କଂଗ୍ରେସ ତରଫରୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଆଗରେ ଧାରଣାରେ ବସିଛନ୍ତି ।
ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟରେ ଅନେକ ଦିନରୁ ଡାକ୍ତର , ନର୍ସ , ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ପଦ ଖାଲି ପଡିଛି । ଏ ନେଇ ଅନେକଥର ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଦାବି କରିଥିଲେ ସୁଦ୍ଧା କୌଣସି ସୁଫଳ ନାହିଁ ।