ଓଡିଶା

odisha

ETV Bharat / state

ଶୋଇଥିବା ସମୟରେ ଯୁବକଙ୍କ ତଣ୍ଟି କାଟି ହତ୍ୟା - ଶୋଇଥିବା ସମୟରେ ଯୁବକଙ୍କ ତଣ୍ଟିକାଟି ହତ୍ୟା

ଭବାନୀପାଟଣାରେ ଘରେ ଶୋଇଥିବା ସମୟରେ ଯୁବକଙ୍କୁ ହତ୍ୟା । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଶୋଇଥିବା ସମୟରେ ଯୁବକଙ୍କ ତଣ୍ଟିକାଟି ହତ୍ୟା
ଶୋଇଥିବା ସମୟରେ ଯୁବକଙ୍କ ତଣ୍ଟିକାଟି ହତ୍ୟା

By

Published : May 19, 2021, 11:59 AM IST

ଭବାନୀପାଟଣା: ଘରେ ଶୋଇଥିବା ସମୟରେ ଯୁବକଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଘଟିଛି ଏପରି ହତ୍ୟାକାଣ୍ଡ ।

ଶୋଇଥିବା ସମୟରେ ଯୁବକଙ୍କ ତଣ୍ଟିକାଟି ହତ୍ୟା

ମୃତକ ୩୨ ବର୍ଷିୀୟ ନୀଳମଣି ଦଣ୍ଡସେନା । ସକାଳେ ତାଙ୍କ ସ୍ତ୍ରୀ ଚଞ୍ଚଲା ଦଣ୍ଡସେନା ମୃତଦେହ ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇନଥିବାବେଳେ ନୀଳମଣିଙ୍କ ସ୍ତ୍ରୀ ଘରେ ଶୋଇଥିବା ସମୟରେ କିପରି ହତ୍ୟାକାଣ୍ଡ ବାବଦରେ ଜାଣିପାରିଲେନି ସେନେଇ ପୋଲିସ ସନ୍ଦେହ କରୁଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details