ଓଡିଶା

odisha

ପରକୀୟା ପ୍ରୀତିରୁ ଯୁବକଙ୍କୁ ହତ୍ୟା, 3 ଗିରଫ

By

Published : May 15, 2022, 12:00 PM IST

ପରକୀୟା ପ୍ରୀତିରୁ ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟା କରିବା ପରେ ମୃତଦେହକୁ ଗଛରେ ଝୁଲାଇ ଦେଇଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

ପରକୀୟା ପ୍ରୀତିରୁ ଯୁବକଙ୍କୁ ହତ୍ୟା, 3 ଗିରଫ
ପରକୀୟା ପ୍ରୀତିରୁ ଯୁବକଙ୍କୁ ହତ୍ୟା, 3 ଗିରଫ

ଭବାନୀପାଟଣା:ପରକୀୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗଛରେ ଟାଙ୍ଗି ଦେଲେ ମହିଳା ଓ ତାଙ୍କ ପରିବାର । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗଜବାହାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗତ 9 ତାରିଖରେ ଗାଁ ପାଖ ଏକ ଗଛରୁ ସେହି ଗାଁର କ୍ଷିରମଣି ସେଠୀ ନାମକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସମ୍ପୃକ୍ତ ଯୁବକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଘଟଣାରେ ସମ୍ପୃକ୍ତ ମହିଳା, ତାଙ୍କ ବାପା ଓ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଗଜବାହାଲ ଗାଁର ବିବାହିତା କ୍ଷୀରମଣି ସେଠୀ ସେହି ଗାଁର ଜଣେ ବିବାହିତା ମହିଳାଙ୍କ ସହିତ ଦୀର୍ଘଦିନ ଧରି ଅନୈତିକ ସମ୍ପର୍କ ରହିଥିଲା । ଗତ ୮ ତାରିଖରେ ଦିନ ସମ୍ପୃକ୍ତ ମହିଳାଙ୍କ ଘରେ ଏକାକୀ ଥିବାବେଳେ କ୍ଷୀରମଣି ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ମହିଳାଙ୍କ ବାପା ବାବୁଲା ବିଭାର ହଠାତ୍ ଘରେ ପହଞ୍ଚି ଥିଲେ ଏବଂ ଦୁହିଁଙ୍କୁ ଦେଖିନେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ବାବୁଲା କ୍ଷୀରମଣି ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଯାଇଥିଲା ।

ପରକୀୟା ପ୍ରୀତିରୁ ଯୁବକଙ୍କୁ ହତ୍ୟା, 3 ଗିରଫ

ଏହାପରେ ବାବୁଲା ନିଜ ଝିଅ ଏବଂ ଗାଁର ଡୋଲେଶ୍ବର ଭେଶରା ସହିତ ମିଶି ରାତିରେ କ୍ଷୀରମଣିଙ୍କ ମୃତଦେହକୁ ଗାଁ ପାଖ ଚାଷ ଜମି ନିକଟରେ ଥିବା ଏକ ଗଛରେ ଝୁଲାଇ ଦେଇଥିଲେ ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ । ଏନେଇ କ୍ଷୀରମଣିଙ୍କ ପରିବାର ମଦନପୁର ରାମପୁର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ମହିଳା, ତାଙ୍କ ବାପା ବାବୁଲା ବିଭାର ଓ ଡୋଲେଶ୍ବର ଭେଶରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details