ଭବାନୀପାଟଣା: ଗୋଲମୁଣ୍ଡା ଥାନା ଅନ୍ତର୍ଗତ ଗଏନ୍ଦିମୁଣ୍ଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁର କିଛି ଲୋକ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନାଅନୁସାରେ ଖଲିଆକାନୀ ଗାଁର ଦୀଲିପ ମେହେର ନାମକ ଜଣେ ଯୁବକ ସୋମବାର ନିଜ ସାଙ୍ଗ ସହ ଗଏନ୍ଦିମୁଣ୍ଡା ଗାଁକୁ ଯାଇଥିଲେ । ହଠାତ୍ ସେଠି ତାଙ୍କୁ କିଛି ଲୋକ ଘେରି ଯାଇଥିଲେ । ଯୁବକ ଓ ଲୋକଙ୍କ ଭିତରେ ଉତ୍ତେଜନା ହୋଇଥିବାର ଦେଖିବାକୁ ମିଳିଥିଲା । ସେହି ସମୟରେ ଦିଲୀପଙ୍କ ସାଙ୍ଗ ସେଠାରୁ ଖସି ପଳେଇ ଯାଇ ଦିଲୀପଙ୍କ ପରିବାରକୁ ସୂଚନା ଦେଇଥିଲେ ।