ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ପଲନା ଗ୍ରାମରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ପଲନା ଗାଁର ଅଛିତ ଗହିର । ଅଧିକ ପଢନ୍ତୁ

By

Published : Oct 7, 2022, 6:50 PM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଭବାନୀପାଟଣା:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ପଲନା ଗ୍ରାମରୁ । ନିର୍ମାଣଧିନ ଘର ଛାତ ଉପରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଲନା ଗାଁର ଅଛିତ ଗହିର ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୂଚନା ଅନୁସାରେ, ଅଛିତ ଗହିର ନିଜର ନିର୍ମାଣଧିନ ଘର ଛାତ ଉପରେ ଲୁହ ରଡ଼ କାମ କରୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଆଘାତ ପାଇ ଅଛିତ ଘର ତଳକୁ ଖସି ପଡିଥିଲେ । ପରେ ପରିବାରଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଖବରପାଇ କେଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହାପରେ ପରିବାରରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

ଗ୍ରାମର ଅନେକ ଲେକଙ୍କ ଛାତରେ ୧୧ କେଭି ବିଦ୍ୟୁତ ତାର ଟଣା ଯାଇଥିବା ବେଳେ ବିଦ୍ୟୁତ ତାରକୁ ସ୍ଥାନାନ୍ତର ପାଇଁ ବାରମ୍ବାର ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କହିଛନ୍ତି ଗ୍ରାମବାସୀ । ଘର ଉପରେ ୧୧ କେଭି ବିଦ୍ୟୁତ ତାର ଯାଇଥିବାରୁ ଆଜି ଯୁବକଙ୍କ ମୃତ୍ୟ ହୋଇଛି ଏବଂ ଏଥିପାଇଁ ବିଦ୍ୟୁତ ବିଭାଗ ଦାୟୀ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ବୌଦ୍ଧ ଜିଲ୍ଲାର ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମର ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା(Three Of Family Die Of Electrocution) । ମୃତକ ସମ୍ପର୍କରେ ମାଆ, ପୁଅ ଏବଂ ଦିଅର ହୋଇଥିବା ସୂଚନା ମିଳିଛି । ଜବଲପୁର ଗ୍ରାମର ସୁକାନ୍ତି ବେହେରା ଗାଧୋଇ ସାରି ଲୁଗା ଶୁଖାଇବା ସମୟରେ ଘରର ବିଦ୍ୟୁତ ମିଟର ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହାଦେଖି ପୁଅ ସୋହନ ବେହେରା ମାଆକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାରରେ ଲାଗିଯାଇଥିଲେ । ପରେ ସେ ଦୁହିଁଙ୍କୁ ବଞ୍ଚାଇବାକୁ ଦିଅର ସୁଶୀଳ ବେହେରା ଚେଷ୍ଟା କରିବା ସମୟରେ ସେ ମଧ୍ୟ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହାପରେ ଗ୍ରାମବାସୀମାନେ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରି ଉକ୍ତ ତିନି ଜଣଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details