ଭବାନୀପାଟଣା: ଅପହଞ୍ଚ ପାହାଡିଆ ଇଲାକାର ଗାଁ । ଯେଉଁଠି ବିଜୁଳିର ଲୁଚକାଳି ଖେଳ ଚାଲେ, ଯେଉଁଠି ବିଜୁଳି ସମସ୍ୟା ହେଲେ ବିଦ୍ୟୁତ ବିଭାଗ କେବେ ପହଞ୍ଚେ ନାହିଁ ବୋଲି ଅଭିଯୋଗ ହୁଏ । ସେମିତି ଏକ ଗାଁ ହେଉଛି କଳହାଣ୍ଡିର ସାପଦୁହୁନି । ତେବେ ଏଠାରେ ଗ୍ରାମବାସୀଙ୍କୁ ବିଜୁଳି ଯୋଗାଇବା ବେଳେ ଚାଲିଗଲା ଯୁବକଙ୍କ ଜୀବନ ।
ସୂଚନା ଅନୁଯାୟୀ, ଏହି ଗାଁରେ ଦୁଇଦିନ ଧରି ସନ୍ଧ୍ୟା ସମୟରେ ବର୍ଷା ସହ ପବନ ହେବା ଫଳରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା । ଆଜି(ସୋମବାର) ସନ୍ଧ୍ୟା ସମୟରେ ବିଦ୍ୟୁତ ବିଭାଗ ପକ୍ଷରୁ ସାପଦୁହୁନି ଗାଁ ନିକଟରେ ଥିବା ଗାଁ ମାନଙ୍କୁ ବିଜୁଳି ସଂଯୋଗ କରାଯାଇଥିଲା । ହେଲେ ସାପଦୁହୁନି ଗାଁରେ ବିଜୁଳି ନଆସିବାରୁ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ହେଲେ ବିଦ୍ୟୁତ ବିଭାଗ ନଆସିବାରୁ ଗାଁର କିଛି ଯୁବକ ଗାଁ ଶେଷ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟକୁ ଯାଇ ଦେଖିଥିଲେ ।