ଓଡିଶା

odisha

ETV Bharat / state

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଯୁବକ ମୃତ - ଇନ୍ଦ୍ରାବତୀ ଜଳଭଣ୍ଡାର

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଯାଇ ଯୁବକଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଯୁବକ ମୃତ
ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଯୁବକ ମୃତ

By

Published : Sep 8, 2022, 8:00 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଜିଲ୍ଲାର ଥୁଆମୁଲ ରାମପୁର ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ଦୁର୍ଖାଲ ଗାଁର ପୀତବାସ ନାଏକ ମଙ୍ଗଳବାର ସନ୍ଧ୍ୟାରେ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ।

ପରିବାର ଲୋକେ ପୀତବାସଙ୍କ ଫେରିବା ବିଳମ୍ବ ହେବାରୁ ଅନେକ ଖୋଜାଖୋଜି ପରେ କୌଣସି ସନ୍ଧାନ ନପାଇବାରୁ ଏନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ବୁଧବାର ସନ୍ଧ୍ୟାରେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପୀତବାସ ନାଏକଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୀତବାସଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିଥବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details