ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକୋସରା ଥାନା ଅନ୍ତର୍ଗତ ପିପଳପଡା ଗାଁର ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ମାଲପଡା ଗାଁର ନକୁଳ ମାଝୀଙ୍କ ପୁଅ ସାଧୁରାମ ମାଝି(30) ବୋଲି ଜଣାପଡିଛି ।
ସୂଚନାଅନୁସାରେ,ପିପଳପଡାର ଦଶରଥ ରଣାଙ୍କ କୂଅରେ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହି ଘଟଣା ନେଇ କୋକସରା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବାହିନୀ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।