ଓଡିଶା

odisha

ETV Bharat / state

କେସିଙ୍ଗାରେ ଲେଖକ ଅଖିଳ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ - ଅଖିଳ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଥିଲେ ଅଖିଳ ନାଏକ । ରବିବାର ତାଙ୍କ ୫୨ତମ ଜନ୍ମ ଜୟନ୍ତୀ କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

କେସିଙ୍ଗାରେ ଲେଖକ ଅଖିଳ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ
କେସିଙ୍ଗାରେ ଲେଖକ ଅଖିଳ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

By

Published : Mar 13, 2022, 10:44 PM IST

ଭବାନୀପାଟଣା:ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଥିଲେ ଅଖିଳ ନାଏକ । ସେ କବିତା ସଂକଳନ ହେଉ କିମ୍ବା ଔପନ୍ୟାସ, ସାହିତ୍ୟ କଥା ଉଠିଲେ ଅଖିଳ ନାଏକଙ୍କ ନାମ ମନକୁ ଚାଲି ଆସେ । ଆଦିବାସୀଙ୍କ ମୌଳିକ କଥା, ବ୍ୟଥା ଓ ଦଳିତଙ୍କ ସମସ୍ୟାକୁ ନେଇ ଆଧୁନିକ କବିତା ଲଖିବାରେ ଯେଉଁ କେତେଜଣ ସିଦ୍ଧହସ୍ତ ସ୍ରଷ୍ଟା ଅଛନ୍ତି, ସେମାନଙ୍କ ମଧ୍ୟରୁ କବି ଅଖିଳ ନାଏକ ଥିଲେ ଅନ୍ୟତମ ।

କେସିଙ୍ଗାରେ ଲେଖକ ଅଖିଳ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ଏକାଧିକ କବିତା, ଗଳ୍ପ, ସହ ସାମାଜିକ ଜୀବନଧାରାକୁ ନେଇ ଅନେକ ପୁସ୍ତକ ରଚନା କରି ସାହିତ୍ୟ ଜଗତରେ ନିଜ ପାଇଁ ସୃଷ୍ଟି କରି ପାରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ଆଜି ତାଙ୍କ ୫୨ତମ ଜନ୍ମ ଜୟନ୍ତୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ସ୍ମୃତି ଚରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବରେ କବିୟିତ୍ରୀ ଯାଜ୍ଞାସେନୀ ଶାହା, ବିଶିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ, ଲେଖକ ଆଦିତ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସ୍ୱର୍ଗତ ଅଖିଳ ନାଏକଙ୍କ ସ୍ମୃତିଚାରଣ କରିଥିଲେ ।

ଏହି ଅବସରରେ ସ୍ବର୍ଗତ ଅଖିଳ ନାୟକଙ୍କ ଉଦ୍ଦେଶ୍ୟରେ ପତ୍ରିକା "ଡେରନା" ଉନ୍ମୋଚନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ଲେଖକ, ଲେଖିକା, ସ୍ତମ୍ଭକାରମାନେ ଯୋଗ ଦେଇ ସ୍ୱର୍ଗତ ଅଖିଳ ନାୟକଙ୍କ ବହୁବିଧ ପୁସ୍ତକ ଉପରେ ସମୀକ୍ଷା କରିବା ସହିତ ଭୁୟସୀ ପ୍ରଶଂସା କରିଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details