କଳାହାଣ୍ଡି: ଜିଲ୍ଲାର ନର୍ଲା ରେଞ୍ଜ ବାଲିସିଙ୍ଗା ଗ୍ରାମରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠଗଣ୍ଡି ଜବତ । ଶାଳ-ପିଆଶାଳ ସମେତ ଅନେକ ଗଛର କାଠ ଜବତ କଲା ବନ ବିଭାଗ ଓ ପୋଲିସର ମିଳିତ ଟିମ୍ । ଘଟଣାରେ କେହି ଗିରଫ ହୋଇନଥିବା ସୂଚନା ।
କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ - କାଠଗଣ୍ଡି ଜବତ
ନର୍ଲା ରେଞ୍ଜ ବାଲିସିଙ୍ଗା ଗ୍ରାମରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠଗଣ୍ଡି ଜବତ । ଶାଳ-ପିଆଶାଳ ସମେତ ଅନେକ ଗଛର କାଠ ଜବତ କଲା ବନ ବିଭାଗ ଓ ପୋଲିସର ମିଳିତ ଟିମ୍ ।
![କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ](https://etvbharatimages.akamaized.net/etvbharat/prod-images/768-512-4241253-thumbnail-3x2-wood.jpg)
ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଦୀର୍ଘଦିନ ଧରି ଏହି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରୁ କାଠ ଚୋରି ହେଉଥିବା ଅଭିଯୋଗ ହେଉଥିଲା । ଯାହାକୁ ଭିତ୍ତିକରି ଡିଏଫଓ ନୀତିଷ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବାଲସିଙ୍ଗା ଗ୍ରାମରେ ବନବିଭାଗ ଓ ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରିଥିଲେ । ଚଢାଉ ସମୟରେ ଗାଁର ଏକ ନିଛାଟିଆ ସ୍ଥାନରୁ ଜବତ ଏହି କାଠଗଣ୍ଡି ଗୁଡିକ ଜବତ ହୋଇଥିଲା ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ