ଓଡିଶା

odisha

ETV Bharat / state

ମାସ୍କ ବାଣ୍ଟି ସଚେତନ କଲେ ମହିଳା ଗୋଷ୍ଠୀ - ମାସ୍କ ବାଣ୍ଟି ସଚେତନ କଲେ ମହିଳା

କୋରୋନାକୁ ପ୍ରତିହତ କରିବା ପାଇଁ ମହିଳା ଗୋଷ୍ଠୀ ମାନେ ମାସ୍କ ସଚେତନତା କରିବା ସହ ରୋଜଗାରକ୍ଷମ ହେଉଛନ୍ତି । ଅଧକ ସୂଚନା ପାଇଁ ପଢନ୍ତୁ ...

women's group creat corona awareness to destribute  mask in kalahandi district
ମାସ୍କ ବାଣ୍ଟି ସଚେତନ କଲେ ମହିଳା ଗୋଷ୍ଠୀ

By

Published : Apr 20, 2020, 12:31 PM IST

ଭବାନୀପାଟଣା:କରୋନା ମୁକାବିଲା ପାଇଁ ମାସ୍କ ତିଆରି କରି ମହିଳା ଗୋଷ୍ଠୀ ବାଣ୍ଟିଲେ ସଚେତନତାର ବାର୍ତ୍ତା । ଏହାସହ ଏହାକୁ ବିକ୍ରି କରି ଭଲ ଦି ପଇସା ମଧ୍ୟ ରୋଜଗାର କରିପାରୁଛନ୍ତି । କରୋନା ଦାଉରୁ ବଞ୍ଚିବାକୁ ମାସ୍କର ବ୍ୟବହାର ବହୁଳ ହେଉଛି।

ମାସ୍କ ବାଣ୍ଟି ସଚେତନ କଲେ ମହିଳା ଗୋଷ୍ଠୀ

ଏଥିଯୋଗୁଁ ବଜାରରେ ମାସ୍କର ଅଭାବ ଦେଖାଦେଇଛି । ଏହି ଆବଶ୍ୟକତାକୁ କିଛିମାତ୍ରାରେ ପୂରଣ ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲାର ମାଟିଆ ଗାଁ ମା ବୃନ୍ଧାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ତିଆରି କରୁଛନ୍ତି ମାସ୍କ। ମହିଳା ମାନେ ନିଜସ୍ବ ଉଦ୍ୟମରେ ବଜାରରୁ ଉପଯୁକ୍ତ କପଡା ଆଣି ମାସ୍କ ତିଆରି କରୁଛନ୍ତି। ନିଜ ଗାଁରେ ଅଳ୍ପ ମୂଲ୍ୟରେ ବିକ୍ରି କରିବା ସହ ବିଭିନ୍ନ ସଂଗଠନ ଓ ଏନଜିଓ ମାନଙ୍କ ନିକଟରେ ବିକ୍ରି କରି କିଛି ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି। ଲୋକଙ୍କ ଆବଶ୍ୟକତା ପୂରଣ ସହ ମହିଳାମାନେ ଭଲ ଦି ପଇସା ରୋଜଗାର ମଧ୍ୟ କରୁଛନ୍ତି । ମହିଳାଙ୍କ ଏପରି ଉଦ୍ୟମକୁ ସବୁଆଡେ ପ୍ରଶଂସା ମିଳୁଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details