ଓଡିଶା

odisha

ETV Bharat / state

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

କାଳବୈଶାଖୀ ଯୋଗୁଁ ଗତ 2 ଦିନ ହେବ ପାଣି ପାଇଁ ହଇରାଣ ହେଉଛନ୍ତି କଳାହାଣ୍ଡି ଜିଲ୍ଲାବାସୀ । ପିଇବା ପାଣି ଦାବିରେ କୋକସରାର ଜାତୀୟ ରାଜପଥ ନଂ26ରେ ଗରା ମାଠିଆ ରଖି ମହିଳା କଲେ ରାସ୍ତା ଅବରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jun 4, 2019, 11:30 PM IST

କଳାହାଣ୍ଡି: ପାଣି ପାଇଁ ରାଜରାସ୍ତାରେ ମହିଳାଙ୍କ ଧାରଣା । କଳାହାଣ୍ଡି ଜିଲ୍ଲା କୋକସରାର ଜାତୀୟ ରାଜପଥ ନଂ26 ଉପରେ ଗରା ମାଠିଆ ରଖି ମହିଳା କଲେ ରାସ୍ତା ଅବରୋଧ । ଏଥିଯୋଗୁଁ ଭବାନୀପାଟନା-ଜୟପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପାଣି ପାଇଁ ଡହଳବିକଳ ହେଉଛନ୍ତି ଜିଲ୍ଲାବାସୀ । ମହିଳାଙ୍କୁ ଗୁହାରୀ ଶୁଣିବାକୁ କେହି ନାହାଁନ୍ତି । ଫଳରେ ସେମାନେ ବିକ୍ଷଭ ପ୍ରଦର୍ଶନ କରି ରାଜପଥ ଉପରେ ଗରା, ମାଠିଆ ରଖି ରାସ୍ତାରୋକ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ ବି ଆନ୍ଦୋଳନରୁ ଓହରି ନଥିଲେ ମହିଳା ।

କାଳବୈଶାଖୀ ଯୋଗୁଁ ଗତ 2 ଦିନ ହେବ ପାଣି ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟ ଲୋକେ । ଫଳରେ ସମସ୍ତେ ହଇରାଣ ହେଉଛନ୍ତି । ସେମାନଙ୍କ ସମସ୍ୟାର ସମାଧନ ନହେବାରୁ ତୁରନ୍ତ ପାଣି ଯୋଗାଇଦେବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା ଦଳ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details