ଓଡିଶା

odisha

ETV Bharat / state

ନୂଆବର୍ଷ ଆରମ୍ଭରୁ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା - କଳାହାଣ୍ତି ଖବର

ମଦ ବିରୋଧରେ ତାତିଲେ ମହିଳା । କଳାହାଣ୍ଡି କାଦୋପଦର ଗାଁର ଶତାଧିକ ମହିଳା ଏକଜୁଟ ଶୋଭାଯାତ୍ରାରେ ବହାରି ଜୟପାଟଣା ଥାନା ଘେରାଉ କରିଛନ୍ତି। ଅଧିକ ପଢନ୍ତୁ

ନୂଆବର୍ଷ ଆରମ୍ଭରୁ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା
ନୂଆବର୍ଷ ଆରମ୍ଭରୁ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

By

Published : Jan 3, 2022, 10:42 PM IST

ଭବାନୀପାଟଣା :ନୂଆବର୍ଷ ଆରମ୍ଭରୁ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା। କଳାହାଣ୍ଡି କାଦୋପଦର ଗାଁର ଶତାଧିକ ମହିଳା ଏକଜୁଟ ଶୋଭାଯାତ୍ରାରେ ବହାରି ଜୟପାଟଣା ଥାନା ଘେରାଉ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ଧରି କାଦୋପଦର ଗାଁରେ ବେଆଇନ ଦେଶୀ ମଦ କାରବାର ହେଉଥିବା ନେଇ ଗାଁର ମହିଳା ମାନେ ବିରୋଧ କରିଆସୁଛନ୍ତି ।

ନୂଆବର୍ଷ ଆରମ୍ଭରୁ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗାଁରେ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଲେ ମହିଳା। ଗାଁରେ ବୁଲି ମଦ ଜବତ କରିବା ସହ ଚୋରା ମଦ ମାଫିଆଙ୍କ କାବୁ କରି ପୋଲିସ ଓ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଏହି ସମୟରେ ଚୋରାମଦ ବ୍ୟବସାୟୀଙ୍କ ସମର୍ଥକ ମହିଳା ମାନଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିବା ସମୟରେ ମହିଳା ଗୋଷ୍ଠୀ ସେମାନଙ୍କୁ କାବୁ କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ଓ ଅବକାରୀ ବିଭାଗ ପହଞ୍ଚି ମଦ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଥିଲେ।

ପରେ ପୋଲିସ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସେମାନଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଥିଲା ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଞ୍ଚଳରେ ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଆଜି(ସୋମବାର) ଶତାଧିକ ମହିଳା ଗାଁରୁ ଏକ ଶୋଭାଯାତ୍ରାରେ ବାହାରି ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଖୁବଶୀଘ୍ର ଦାବି ପୂରଣ ନ କଲେ ଆଗାମୀ ଦିନରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details