ଓଡିଶା

odisha

ETV Bharat / state

ଧୂଳି ଧୂଆଁରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରେ ସ୍ଥାନୀୟ ବାସିନ୍ଦା - ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ

ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା । ବେଦାନ୍ତ ବିଷାକ୍ତ ବର୍ଜ୍ୟବସ୍ତୁର ପ୍ରଭାବରେ ଚାଷବାସ ନଷ୍ଟ ହେବା ସହ ବିଷାକ୍ତ ନାଲି ପାଉଡର ଗୁଣ୍ଡ ପ୍ରଭାବରେ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ଧୂଳି ଧୂଆଁରେ ମହିଳାଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ଧାରଣାରେ ସ୍ଥାନୀୟ ବାସୀନ୍ଦା
ଧୂଳି ଧୂଆଁରେ ମହିଳାଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ଧାରଣାରେ ସ୍ଥାନୀୟ ବାସୀନ୍ଦା

By

Published : Oct 16, 2021, 6:49 PM IST

Updated : Oct 16, 2021, 7:05 PM IST

ଭବାନୀପାଟଣା:ଧୂଳି ଧୂଆଁ ଯୋଗୁଁ ଶ୍ବାସରୋଗରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଅଧିନ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡର ଆଲୁମିନା ରିଫାଇନାରୀରେ । ସୂଚନାନୁସାରେ ଆଲୁମିନା ରିଫାଇନାରୀ ସ୍ଥାପନ ହେବା ପରଠାରୁ ସ୍ଥାନୀୟ ଅଧିବାସୀମାନେ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହେବାସହ ଜୀବନ ଜୀବିକା ଏକ ପ୍ରକାର ବେହାଲ ହୋଇପଡିଛି ।

ଧୂଳି ଧୂଆଁରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରେ ସ୍ଥାନୀୟ ବାସିନ୍ଦା

ଏପରିକି ବେଦାନ୍ତ ବିଷାକ୍ତ ବର୍ଜ୍ୟବସ୍ତୁର ପ୍ରଭାବରେ ଚାଷବାସ ନଷ୍ଟ ହେଉଥିବାବେଳେ କମ୍ପାନୀର ରେଡମଡ ପଣ୍ଡରୁ ଉଡୁଥିବା ବିଷାକ୍ତ ନାଲି ପାଉଡର ଗୁଣ୍ଡ ଯୋଗୁଁ ସମଗ୍ର ଲାଞ୍ଜିଗଡ ଓ ଏହାର ଆଖପାଖର ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି । ତେବେ କମ୍ପାନୀର ବିଷାକ୍ତ ଧୂଳିଧୂଆଁର ପ୍ରଭାବରେ ଲୋକେ ଅନେକ ଅଜଣା ରୋଗର ଶିକାର ହେଉଥିବାବେଳେ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହେଉଛି ।

ଏହିପରି ଭାବେ ବେଦାନ୍ତ ପ୍ରକଳ୍ପର ରେଡମଡ ପଣ୍ଡକୁ ଲାଗି ରହିଥିବା ବସନ୍ତପଡା ଗାଁରେ ଜଣେ ମହିଳା ନାନ୍ଦେଇ ମାଝୀ ଛାତି ଓ ଶ୍ବାସ ସମସ୍ୟା ଯୋଗୁଁ ହଠାତ୍ ମୃତ୍ୟୁବରଣ କରିଥିବାବେଳେ ଏହାକୁ ନେଇ ବସନ୍ତପଡାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ସେପଟେ କମ୍ପାନୀର ପ୍ରଦୂଷଣ ଯୋଗୁଁ ନାନ୍ଦେଇଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରି ବସନ୍ତପଡା ଗ୍ରାମର ଲୋକେ ଆଜି (ଶନିବାର) କମ୍ପାନୀର ରେଡମଡ ପଣ୍ଡ ଫାଟକ ସମ୍ମୁଖରେ ମହିଳାଙ୍କ ମୃତଦେହକୁ ରଖି ବସିବା ସହିତ ମୃତକଙ୍କୁ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି ।

ଏନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ବଢିଥିବା ବେଳେ ଲାଗିଥିବାବେଳେ ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ କମ୍ପାନୀର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

Last Updated : Oct 16, 2021, 7:05 PM IST

ABOUT THE AUTHOR

...view details