ଓଡିଶା

odisha

ETV Bharat / state

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ - ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

women accused of attempted rape in kalahandi
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

By

Published : Jul 11, 2022, 2:11 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ ଲାଞ୍ଜିଗଡ ଥାନା ଅଞ୍ଚଳର ଜଣେ ବିଧବା ମହିଳା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀରେ କାମ କରି ପରିବାର ଚଳାନ୍ତି। ପ୍ରତିଦିନ ଭଳି ବୁଧବାର ଦିନ କାମ ସାରି ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ଛତ୍ରପୁର ଗ୍ରାମର ମିନିକେତନ ବିଭାର ରାସ୍ତାରେ ଛପି ବସିଥିଲା । ମହିଳା ଜଣକ ଆସିବା ମାତ୍ରେ ମିନିକେତନ ତାଙ୍କୁ ଟାଣିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । କୌଣସି ମତେ ମହିଳା ସେଠାରୁ ଖସି ଯାଇ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୋଲିସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତକୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିବା ନେଇ ଲାଞ୍ଜିଗଡ଼ ଥାନା ପୋଲିସ ସୂଚନା ଦେଇଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details