ଭବାନୀପାଟଣା:ବାଇକକୁ ଧକ୍କା ଦେଲା ପୋଲିସ ଭ୍ୟାନ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଆମପାଣି ଥାନା ଅନ୍ତର୍ଗତ ଭୁର୍ଷାଗୁଡା ଗ୍ରାମରୁ ।
ପୋଲିସ ଗାଡି ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ - ବାଇକକୁ ଧକ୍କା ଦେଲା ପୋଲିସ ଭ୍ୟାନ
ବାଇକକୁ ଧକ୍କା ଦେଲା ପୋଲିସ ଭ୍ୟାନ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର । ଅଧିକ ପଢନ୍ତୁ
ସୂଚନାଅନୁସାରେ, କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତକନ୍ଦାଗଡ଼ ଗାଁର କୃଷ୍ଣଚନ୍ଦ୍ର ମାଝୀ ସ୍ତ୍ରୀ କିଆଁ ମାଝୀ ଓ ୧୧ ବର୍ଷର ଝିଅ ନମିତା ମାଝୀ ଏକ ବାଇକ ଯୋଗେ ଭୁର୍ଷାଗୁଡା ଗାଁକୁ ଯାଉଥିବା ସମୟରେ ପୋଲିସ ଗାଡି ବାଇକକୁ ଧକ୍କା ଦେଇଥିଲା । ଗୋତୋମୁଣ୍ଡାରୁ ଆଇଆରବି ଯବାନଙ୍କୁ ରଥଯାତ୍ରା ଡ୍ୟୁଟିରେ ଛାଡି ବିପରୀତ ଦିଗରୁ ଆସୁଥିବା ଆମପାଣି ପୋଲିସ ଗାଡି (ଓଡ଼ି ୦୫ ୪୮୮୧) ଦ୍ରୁତ ଗତି ବାଇକକୁ ଧକ୍କା ଦେବାରୁ ବାଇକରୁ ସମସ୍ତେ ଛିଟିକି ପଡିଥିଲେ । ତେବେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ପୋଲିସ ସେଠାରୁ ଫେରାର ହୋଇଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଓ ଝିଅଙ୍କୁ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଏନେଇ ପରିବାର ଓ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ପୋଲିସ ଡ୍ରାଇଭରକୁ ଗିରଫ ସହ ୧୦ ଲକ୍ଷଟଙ୍କା କ୍ଷତିପୂରଣ ଓ ଦୁର୍ଘଟଣା ରେ ଗୁରୁତର ବାପା, ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ପୋଲିସ ବିଭାଗ ବହନ କରିବା ଦାବିରେ ବରଗଡ଼ ବୋରିଗୁମା ଜାତୀୟ ରାଜପଥ ୨୬କୁ ଆମପାଣି ଥାନା ସମ୍ମୁଖରେ ଅବରୋଧ କରିଛନ୍ତି । ଉତ୍ତେଜନାକୁ ଦେଖି ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଧର୍ମଗଡ ଏସଡିପିଓ ପହଞ୍ଚି ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି