ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ। ଅଧିକ ପଢନ୍ତୁ...

By

Published : Jun 14, 2021, 8:46 PM IST

ବିଦ୍ୟୁତ ସଂସ୍ପର୍ଷରେ ଆସି ମହିଳା ମୃତ
ବିଦ୍ୟୁତ ସଂସ୍ପର୍ଷରେ ଆସି ମହିଳା ମୃତ

ଭବାନୀପାଟଣା: ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁରେ । ମୃତ ମହିଳାଙ୍କ ନାଁ ସବିତା ହରିଜନ ବୋଲି ଜଣାପଡିଛି ।

ବିଦ୍ୟୁତ ସଂସ୍ପର୍ଷରେ ଆସି ମହିଳା ମୃତ

ସୂଚନା ଅନୁଯାୟୀ ସାନଚେରଗାଁର ସବିତା ହରିଜନ ନିଜ ଘର ଅଗଣାରେ ଥିବା ତାରରେ କପଡ଼ା ସୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଚପ୍ରିଆ ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ଥିବା ଜଣାପଡିଛି। ସେପଟେ ମୃତ ମହିଳାଙ୍କ ପରିବାର ଓ ଗ୍ରାମବାସୀ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details