ଓଡିଶା

odisha

କୋଭିଡ ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ସ୍ବାମୀ

By

Published : Aug 10, 2021, 5:26 PM IST

ଯୁବତୀଙ୍କୁ ଟୀକାକରଣ ପରେ ମୃତ୍ୟୁ । ଅଭିଯୋଗ ଆଣିଲେ ସ୍ବାମୀଙ୍କ ସମେତ ପରିବାର ଲୋକେ । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

କୋଭିଡ ଟୀକା ନେବା ପରେ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ମୃତକଙ୍କ ସ୍ବାମୀ
କୋଭିଡ ଟୀକା ନେବା ପରେ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ମୃତକଙ୍କ ସ୍ବାମୀ

ଭବାନୀପାଟଣା:ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କୋଭିଡ ଟିକା ନେଇ ଆସିବା ବେଳେ ମହିଳାଙ୍କ ମୃତ୍ୟୁ, ଯାହାକୁ ନେଇ ପରିବାର ପକ୍ଷରୁ ଉତ୍ତେଜନା ଦେଖା ଦେଇଛି । ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମାଠିଆ ପଡାର ୩୫ ବର୍ଷୀୟ ବିନୋଦିନୀ ସାଗର ଟିକା ନେବା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କ ସ୍ୱାମୀ ଭୀଷ୍ମ ସାଗର ସହ ଯାଇଥିଲେ ।

କୋଭିଡ ଟୀକା ନେବା ପରେ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ମୃତକଙ୍କ ସ୍ବାମୀ

ଆଉ ସେଠାରୁ ଘରକୁ ଫେରିବା ପରେ ଗୁରୁତର ହୋଇ ପଡିଥିଲେ ଯୁବତୀ । ତେବେ ମହିଳାଙ୍କୁ ତାଙ୍କ ପରିବାର ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଟିକା ନେବା ପରେ ଏପରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ବାମୀ । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details