ଓଡିଶା

odisha

କଳାହାଣ୍ଡିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ

By ETV Bharat Odisha Team

Published : Nov 28, 2023, 10:22 AM IST

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମରେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅଧିକ ପଢନ୍ତୁ

ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ
ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ

ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ

ଭବାନୀପାଟଣା: କଳାହାଣ୍ଡିରେ ଚାଞ୍ଚଲ୍ୟ । ମହିଳାଙ୍କ ଦେହରେ ନିଆଁ ଲଗାଇ ଜୀଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ । ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚେଇଗୁଡ଼ା ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ମୃତ ମହିଳା ଜଣକ ଉକ୍ତ ଗ୍ରାମର ପଦ୍ମାବତୀ ମେହେର ବୋଲି ଜଣାପଡିଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ କରିଛି ।

ସୂଚନା ମୁତାବକ, ମୃତ ମହିଳାଙ୍କ ସ୍ୱାମୀ ଦାମୋଦର ମେହେରଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁଅ ପ୍ରତ୍ୟୁଷ ମେହେର ହାଇଦ୍ରାବାଦରେ ଚାକିରି କରୁଛନ୍ତି । ତେଣୁ ମହିଳା ଜଣକ ଚିଚେଇଗୁଡ଼ା ଗ୍ରାମରେ ଥିବା ତାଙ୍କ ଘରେ ଏକୁଟିଆ ରହିଆସୁଥିଲେ । ଶନିବାର ରାତିରେ ସେ ଶୋଇଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ନିଆଁ ଲଗାଇ ଦେଇ ହତ୍ୟା କରିଥିଲେ । ଏନେଇ ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ ଆଣିଛନ୍ତି । ତେବେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସେ ସନ୍ଦେହ କରିଛନ୍ତି ।

ସେହିପରି ମୃତ ମହିଳାଙ୍କ ଘର କବାଟ ଆଗ ପଟରେ ତାଲା ଝୁଲୁଥିବା ଓ ଘର ଭିତରେ ତାଙ୍କ ମୃତଦେହ ବାହାରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ଖବର ପାଇ ଜୁନାଗଡ଼ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ପୋଲିସ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଥା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସେହିପରି ଗତ କିଛି ଦିନ ପୂର୍ବେ ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ଟିଙ୍ଗୋପକାନ ଗାଁରେ ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ତେବେ ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏନେଇ ମହିଳାଙ୍କ ସ୍ୱାମୀ ମହିଳାଙ୍କୁ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇନଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଁକୁ ଯାଇ ମହିଳାଙ୍କ ମୃତଦେହ ଜବତ କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details