ଓଡିଶା

odisha

WODC ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Jun 3, 2022, 10:02 PM IST

ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ

WODC ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ
WODC ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଗତକାଲି(ଗୁରୁବାର) ବିଭିନ୍ନ ନିର୍ମାଣାଧିନ ପ୍ରକଳ୍ପର ତଦାରଖ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଆଜି ଭବାନୀପାଟଣା ସହରର ବ୍ରଜ ମୋହନ ହାଇସ୍କୁଲ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ହଷ୍ଟେଲ ଗୃହ ଶିଳାନ୍ୟାସ କରିଥିଲେ । ୯୦ ଲକ୍ଷ ଟଙ୍କାରେ ନିର୍ମାଣ ହେବ ଏହି ହଷ୍ଟେଲ ।

WODC ଅଧକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ପରେ ନିର୍ମାଣଧିନ ମେଡିକାଲ କଲେଜ ପରିଦର୍ଶନ କରିବା ପରେ ସାମ୍ବାଦିକ ସମ୍ମିଳନୀ ଯୋଗ ଦେଇଥିଲେ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧକ୍ଷ ଅସିତ ତ୍ରିପାଠୀଙ୍କ ସମେତ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଗ୍ରାମାଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ ଗମାନଗମ ଓ କୃଷି କ୍ଷେତ୍ରର ବିକାଶ ଭଳି ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା କହିଥିବା ବେଳେ ଇନ୍ଦ୍ରାବତୀ ରାଇଟ କେନାଲ ମରାମତି କାମ ମଧ୍ୟ ହାତକୁ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ଏହାସହ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ କରାଯିବ ଓ ଡିସେମ୍ବର ମାସରେ ଏହି ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details