ଓଡିଶା

odisha

ETV Bharat / state

ବର୍ଷ ପରେ ବର୍ଷ ବିତୁଛି, ତଥାପି ଅର୍ଦ୍ଧନିର୍ମିତ ପଥରବନ୍ଧ

ନିର୍ବାଚନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫୋକସରେ ରହି ଆସିଛି କଳାହାଣ୍ଡି ଜିଲ୍ଲା । ହେଲେପ୍ରତିବର୍ଷ ଜିଲ୍ଲାର ମୂଖ୍ୟ ସମସ୍ୟା ରୂପେ ଉଭା ହୋଇ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ହାତୀ ନଦୀ କୂଳ ବାଲିଛଡାର ଅର୍ଦ୍ଧନିର୍ମିତ ପଥରବନ୍ଧରେ ଆଜି ବି ବନ୍ଧା ପଡିଛି ବନ୍ୟା ବିପନ୍ନଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 11, 2019, 5:45 AM IST

କଳାହାଣ୍ଡି: ନିର୍ବାଚନ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫୋକସରେ ରହି ଆସିଛି କଳାହାଣ୍ଡି ଜିଲ୍ଲା । ହେଲେ ଜିଲ୍ଲାର ବିକାଶର ଦ୍ବାହି ଦେଇ କିଏ ରାଜ୍ୟ ରାଜଧାନୀରେ ବ୍ୟସ୍ତ ତ ଆଉ କିଏ ଦିଲ୍ଲୀ ଦରବାରରେ । ତେଣେ ପ୍ରତିବର୍ଷ ଜିଲ୍ଲାର ମୂଖ୍ୟ ସମସ୍ୟା ରୂପେ ଉଭା ହୋଇ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ହାତୀ ନଦୀ କୂଳ ବାଲିଛଡାର ଅର୍ଦ୍ଧନିର୍ମିତ ପଥରବନ୍ଧରେ ଆଜି ବି ବନ୍ଧା ପଡିଛି ବନ୍ୟା ବିପନ୍ନଙ୍କ ଭାଗ୍ୟ ଓ ଭବିଷ୍ୟତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

2010 ମସିହାର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ଦେଖା ଦେଇଥିଲା ପ୍ରଳୟଙ୍କରୀ ବନ୍ୟା । ପ୍ରଭାବିତ ହୋଇଥିଲେ ପ୍ରାୟ 50ହଜାରରୁ ଊର୍ଦ୍ଧ୍ବ ଲୋକେ । କିଏ ପାହାଡ ଉପରେ ଆଶ୍ରୟ ନେଇଥିଲା ତ ଆଉ କିଏ ନଈ ଟାପୁରେ । ଆଉ କିଏ ବନ୍ୟାର କରାଳ ରୂପ ଦେଖି ନିଜର ଭଙ୍ଗା ଦଦରା ଘରେ ନିଜର ଭବିଷ୍ୟତକୁ ଖୋଜୁଥିଲା ।

ପରିସ୍ଥିତି ଏପରି ହେଲା ଯେ ରାଜ୍ୟ ସରକାରଙ୍କ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଜିଲ୍ଲାରେ ଡେରା ପକାଇବାକୁ ବାଧ୍ୟ ହେଲେ । ଅଗ୍ନିଶମ ବିଭାଗ ସହ ବନ୍ୟାଞ୍ଚଳରେ ମୃତୟନ ହେଲେ ଓଡ୍ରାଫ ଟିମ । ମନ୍ତ୍ରୀଙ୍କ ତୁହାକୁ ତୁହା ବନ୍ୟାଞ୍ଚଳ ଗସ୍ତ, ସମୀକ୍ଷା ଆଦି ସାମୟିକ ଭାବେ ବନ୍ୟା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଆଉ ସେ ସମୟରେ ମିଳିଥିଲା ଏକ ବଡ ପ୍ରତିଶୃତି, ନିର୍ମାଣ ହେବ ପଥର ବନ୍ଧ ।

ବଞ୍ଚିଯିବେ ନଈକୂଳିଆ ଗାଁ ଓ ଗ୍ରାମବାସୀ । ହେଲେ ଆଜକୁ 9 ବର୍ଷ ବିତିବା ପରେ ବି କଲମପୁର ବାସୀଙ୍କ ସ୍ବପ୍ନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି । ଜଳ ସମ୍ପଦ ବିଭାଗ ମାଧ୍ୟମରେ 2କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପଥର ବନ୍ଧ ଆଜି ବିଭାଗ ଓ ନିର୍ମାଣକାରୀ ସଂସ୍ଥାର ଆଇନ ଯୁଦ୍ଧରେ ଅଟକି ରହିଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details