ଓଡିଶା

odisha

ETV Bharat / state

ବଢୁଛି ଶୀତ ଥରୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜନଜୀବନ

ଶୀତରେ ଅସ୍ତବ୍ୟସ୍ତ କଳାହାଣ୍ଡିବାସୀ । ଗତ ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା 8 ଡ଼ିଗ୍ରୀ ରହୁଥିବା ବେଳେ ହଠାତ ତାହା 5 ଡ଼ିଗ୍ରୀକୁ ଖସିଛି । ଅଧିକ ପଢନ୍ତୁ

By

Published : Dec 15, 2022, 9:30 PM IST

ବଢୁଛି ଶୀତ ଥରୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜୀବନଯାତ୍ରା
ବଢୁଛି ଶୀତ ଥରୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜୀବନଯାତ୍ରା

ବଢୁଛି ଶୀତ ଥରୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜୀବନଯାତ୍ରା

ଭବାନୀପାଟଣା: ଶୀତରେ ଅସ୍ତବ୍ୟସ୍ତ କଳାହାଣ୍ଡିବାସୀ । ଖସୁଛି ପାରଦ ବଢୁଛି ଜାଡ । ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ଗତ ସପ୍ତାହେ ଧରି ଜିଲ୍ଲାରେ ତାପମାତ୍ରା 8 ଡ଼ିଗ୍ରୀ ରହୁଥିବା ବେଳେ ହଠାତ ତାହା 5 ଡ଼ିଗ୍ରୀକୁ ଖସିଛି । ଫଳରେ କାଠୁଆ ଜାଡରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ଖାଲି ମଣିଷ ନୁହେଁ ପଶୁମାନେ ମଧ୍ୟ ଏଥିପାଇଁ ହୋଇଛନ୍ତି ପ୍ରଭାବିତ ।

ଅନ୍ୟପଟେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଜୀବନ ଯାତ୍ରାକୁ କରିଛି ପ୍ରଭାବିତ । ଆଉ ଏଥିରେ ପ୍ରଭାବିତ ହୋଇଛି କଳାହାଣ୍ଡି ଜିଲ୍ଲା । ସନ୍ଧ୍ୟା ହେଲେ ରାସ୍ତା ଘାଟ ଓ ବଜାର ସବୁ କିଛି ହୋଇ ଯାଉଛି ଶୂନଶାନ । ଯେଉଁଠି ଦେଖିଲେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସିଛନ୍ତି ତ ଆଉ କେଉଁଠି ଜମୁଛି ଚା ଖଟିର ଆସର । ସକାଳ ସମୟରେ ମର୍ଣ୍ଣିଂ ଓ୍ବାର୍କ ଏବଂ ବ୍ୟାୟାମ ପାଇଁ କାଁ ଭାଁ ଲୋକେ ବାହାରକୁ ବାହାରୁଛନ୍ତି । ଆଉ ଦିନ ତମାମ ବହୁଛି କୋହଲା ପବନ । ତେବେ ହଠାତ ତାପମାତ୍ରା କମିଥିବାରୁ ଲୋକେ ନିଜକୁ ଖାପ ଖୁଆଇ ପାରୁ ନାହାନ୍ତି । ରାତିରେ ବସ ଯାତ୍ରା କରୁଥିବା ଲୋକେ ହୁଅନ୍ତୁ କିମ୍ବା ରାତ୍ରି ଜଗୁଆଳି ଏମାନଙ୍କୁ ଜାଡ ଦେଉଛି କଷ୍ଟ ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

ଖାଲି ମଣିଷ ନୁହେଁ ଗୋରୁ ଗାଈ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଦୋକାନ ବାରଣ୍ଡରେ ଶୋଉଛନ୍ତି । କେହି କେହି ଶୀତକୁ ଆଦରି ନେଉଥିବା ବେଳେ କେହି କେହି ଶୀତ ସହ୍ୟ କରି ପାରୁ ନାହାଁନ୍ତି । ସେହିପରି ଆଗକୁ ଶୀତର ପ୍ରକୋପ ଜାରି ରହିବ ଯାହାକୁ ନେଇ ଏବେ ଚିନ୍ତାରେ ଲୋକେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details