ଓଡିଶା

odisha

ETV Bharat / state

ଆଶା ଆଶଙ୍କାରେ ଉତ୍କେଲା ଏୟାରଷ୍ଟ୍ରିପ, ବିମାନ ଉଡାଣକୁ ନେଇ ସନ୍ଦୀହାନ ଜିଲ୍ଲାବାସୀ - କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପ

ଉତ୍କେଲା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣକୁ ନେଇ ଏବେ ଜିଲ୍ଲା ବାସୀ ସନ୍ଦୀହାନ । କହିବାକୁ ଗଲେ ଜମି ଅଧିଗ୍ରହଣ ପ୍ରସଙ୍ଗ ଓ ଆବଶ୍ୟକୀୟ ଅନୁଦାନ କାରଣରୁ ଏବେ ଏୟାର ଏସିଆ ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଉଡାନ ସେବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ  ।

when-will-aeroplane
when-will-aeroplane

By

Published : Dec 24, 2019, 1:02 PM IST

Updated : Dec 24, 2019, 1:08 PM IST

କଳାହାଣ୍ଡି: ୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ । ସେ ସମୟରେ ଏହା ୧୨ ରୁ ୫୦ ସିଟ ବିଶିଷ୍ଟ ଏୟାରକ୍ରାଫ୍‍ଟ ପାଇଁ ପ୍ରଜୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ଉଡାନ ଯୋଜନାରେ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଆରମ୍ଭ ହୋଇଥିଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ, ରନୱେ ନିର୍ମାଣ, ପାଚେରୀ, ଡ୍ରେନ, ଦୁଇ ପାର୍ଶ୍ବରେ ରାସ୍ତା, ସିଗନାଲ ରୁମ, କଣ୍ଟ୍ରୋଲ ରୁମ, ରେଷ୍ଟ ହାଉସ, ଗେଷ୍ଟ ହାଉସର ନିର୍ମାଣ କରାଯାଇଥିଲା । ଏହା ଦ୍ବାରା ଉତ୍କେଲାରୁ ଭୂବନେଶ୍ବର, ରାୟପୁର, ବିଶାଖାପାଟଣା, ଚେନ୍ନାଇ, ନୂଆଦୀଲ୍ଲୀ, ମୁମ୍ବାଇ ଓ କୋଲକାତାକୁ ନିୟମିତ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି ।

ଆଶା ଆଶଙ୍କାରେ ଉତ୍କେଲା ଏୟାରଷ୍ଟ୍ରିପ..

ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ କରିସାରିଥିବା ବେଳେ ଉତ୍କେଲା ଏୟାରଷ୍ଟ୍ରିପ ପାଇଁ ଟର୍ମିନାଲ ବିଲ୍‍ଡିଂ, ଟେକ୍ସିଇନ, ପ୍ୟୁଏଲ ଷ୍ଟେସନ ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିବା ପ୍ରାୟ ୧୦ ଏକର ଜମି ଓ ପ୍ରାୟ ୧୬ କୋଟି ଟଙ୍କାର ଅନୁଦାନ ଆବଶ୍ୟକତା ରହିଛି । ଏସବୁକୁ ନେଇ ଏହି ଉଡାନ ଯୋଜନା ଆଶା ଓ ଆଶଙ୍କାର ମରୀଚିକା ପାଲଟିଛି ।

ଗତ ମେ ମାସ ୨୦ ତାରିଖ ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀଙ୍କ ନେତୃତ୍ବରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପରିଚାଳନା ନିର୍ଦେଶକ ଭିନିତ ଗୁଲାଟି ଗସ୍ତ କରି କଳାହାଣ୍ଡି ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଉଡାନ ଯୋଜନା ଭିତ୍ତିଭୂମିର ସମୀକ୍ଷା କରିଥିଲେ ।

ତେବେ ଏସବୁ ଭିତରେ କିନ୍ତୁ ଲକ୍ଷ୍ୟ ଠାରୁ ବହୁଦୂରରେ କଳାହାଣ୍ଡି ବାସୀଙ୍କ ବହୁପ୍ରତିକ୍ଷୀତ ଉଡାନ ଯୋଜନା । ଏହା କେବେ ପୂରଣ ହେଉଛି ତାହାକୁ କେବଳ ମରୁଭୂମିର ଜଳରାଶି ଖୋଜିଲା ଭଳି ଚାହିଁ ରହିଛନ୍ତି ଜିଲ୍ଲାବାସୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Dec 24, 2019, 1:08 PM IST

ABOUT THE AUTHOR

...view details