ଓଡିଶା

odisha

By

Published : Apr 24, 2021, 11:14 AM IST

ETV Bharat / state

କଳାହାଣ୍ଡିରେ ସଟଡାଉନର ପ୍ରଭାବ, ଖାଁ ଖାଁ ରାସ୍ତାଘାଟ

କଳାହାଣ୍ଡିରେ ପଡିଛି ସଟଡ଼ାଉନର ପ୍ରଭାବ । ଫଳରେ ଜିଲ୍ଲାର ରାସ୍ତାଘାଟ ଖାଁ ଖାଁ ହୋଇପଡିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ସଟଡାଉନର ପ୍ରଭାବ, ଖାଁ ଖାଁ ରାସ୍ତାଘାଟ
କଳାହାଣ୍ଡିରେ ସଟଡାଉନର ପ୍ରଭାବ, ଖାଁ ଖାଁ ରାସ୍ତାଘାଟ

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କୋରୋନା । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଜିଲ୍ଲା ମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁ ସହ ସାପ୍ତାହିକ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ ।

କଳାହାଣ୍ଡିରେ ସଟଡାଉନର ପ୍ରଭାବ, ଖାଁ ଖାଁ ରାସ୍ତାଘାଟ

ଜିଲ୍ଲାର ଭବାନୀପାଟଣା ସହର ସମେତ ଜିଲ୍ଲାରେ ସମସ୍ତ ଦୋକାନ ବଜାର ସହିତ ଗାଡି ଚାଳଚଳ ମଧ୍ୟ ବନ୍ଦ ରହିଥିବା ବେଳେ ଜରୁରୀ କାମ ନଥିଲେ ଲୋକେ ବାହାରକୁ ବହାରୁ ନଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସଟଡ଼ାଉନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସକୁ ମୁତୟନ କରାଯିବା ସହ କଳାହାଣ୍ଡି ଛତିଶଗଡ଼ ସୀମାରେ ଚେକିଂକୁ ଜୋରଦାର କରିଛି କଳାହାଣ୍ଡି ପୋଲିସ ।

କୋରୋନା ମହାମାରୀର ଦ୍ବିତୀୟ ଲହରୀ ଗତବର୍ଷ ଅପେକ୍ଷା ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହର 2 ଦିନ ଶନିବାର ଓ ରବିବାର ସଟଡାଉନକୁ ଲାଗୁ କରିଛନ୍ତି । ଏହାସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ ସଠିକ ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details